Spread the love

କଟକ: ଆସନ୍ତା ୨୦ ତାରିଖରୁ ରାଜ୍ୟରେ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ ବୋଲି ସରକାରୀ ଭାବେ ଘୋଷଣା ହୋଇସାରିଥିଲା ବେଳେ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ(ଓଷ୍ଟା) ଏଥିରେ କେଁ ପୁରାଇଛି । ଏକ ପ୍ରେସ ବିଜ୍ଞପ୍ତିରେ ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ କେନ୍ଦ୍ରରେ ଖାତା ଦେଖା ହେଲେ କରୋନା ସଂକ୍ରମଣର ଭୟ ରହିଛି । କାରଣ ଗୋଟିଏ ଖାତାକୁ ଏକାଧିକ ଲୋକ ଦେଖୁଥିବାରୁ ଏପରି ସମ୍ଭାବନା ଅଛି । ସେଥିପାଇଁ ସିବିଏସଇ ଢାଞ୍ଚାରେ ଘରେ ଖାତା ଦେଖା ବ୍ୟବସ୍ଥା ଲାଗୁ କରିବାକୁ ସେ ଦାବି କରିଛନ୍ତି । ଏଥିସହ ସେ କହିଛନ୍ତି ଯେ ଯଦି ସରକାର ଏ ସମ୍ପର୍କରେ ବିଚାର ନକରନ୍ତି ତେବେ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଖାତା ଦେଖାରେ ଅସହଯୋଗ କରିବେ । ମୁଲ୍ୟାୟନରେ ନିଯୁକ୍ତ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ୫୦ ଲକ୍ଷ ଟଙ୍କାର ବୀମା କରାଇବାକୁ ସେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here