Spread the love

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ମାସେ କାଳ ବନ୍ଦ ରହିବା ପରେ ବିଶ୍ବର ବୃହତ୍ତମ୍ ମଲ୍ ‘ଦୁବାଇ ମଲ୍’ ଏ ସପ୍ତାହରେ ଖୋଲିଛି। ସଂଯୁକ୍ତ ଆରବ ଏମିରେଟ୍ ଲକ୍ଡାଉନ୍ କଟକଣା କୋହଳ କରିବା ପରେ ଲୋକେ ପୁଣି ବିଶ୍ବର ସର୍ବବୃହତ୍ ସପିଙ୍ଗ୍ ସ୍ବର୍ଗ ‘ଦୁବାଇ ମଲ୍’କୁ ଫେରିଆସିଛନ୍ତି। ‘ଦୁବାଇ ମଲ୍’ କେତେକ ମାର୍ଗଦର୍ଶିକା ଜାରି କରିଛି। ଏଠାକୁ ଆସୁଥିବା ଲୋକମାନେ ମାସ୍କ୍ ପିନ୍ଧି ଆସିବେ ଏବଂ ଭିତରେ ତିନି ଘଣ୍ଟାରୁ ଅଧିକ ସମୟ ରହିପାରିବେ ନାହିଁ। ଏହାଛଡ଼ା ୩ ରୁ ୧୨ ବର୍ଷ ବୟସର ପିଲା ଓ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମଲ୍ ମନା ।

LEAVE A REPLY

Please enter your comment!
Please enter your name here