Spread the love

ଡେରାଡୁନ: ତୁଷାରପାତ ଓ କରୋନା ଜନିତ ଲକଡାଉନ ପାଇଁ ବନ୍ଦ ଥିବା ବଦ୍ରିନାଥ ମନ୍ଦିର ଶୁକ୍ରବାର ଭୋର ସାଢେ ୪ଟାରେ ବେଦ ମନ୍ତ୍ର ପାଠ ମଧ୍ୟରେ ଖୋଲିଛି । ତେବେ ସାମାଜିକ ଦୁରତା କଟକଣା ଯୋଗୁ ମନ୍ଦିର ମଧ୍ୟକୁ କାହାକୁ ଛଡ଼ାଯାଇନଥିଲା । ସାମାଜିକ ଦୂରତାକୁ ପାଳନ କରି ମୁଖ୍ୟ ପୂଜକ ରାଓ୍ଵଲଙ୍କ ସହିତ ୨୭ଜଣ ଲୋକ ମନ୍ଦିର ଖୋଲା ହେବା ସମୟରେ ଉପସ୍ଥିତ ରହିଥିଲେ । ପ୍ରଥମେ ମନ୍ଦିର ସିଂହଦ୍ୱାର ଖୋଲା ଯାଇଥିଲା । ପରେ ମନ୍ଦିର ଗର୍ଭଗୃହ ଦ୍ୱାର ଖୋଲାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ପ୍ରଥମ ପୂଜା କରାଯାଇଥିଲା । ପୂର୍ବରୁ ଏପ୍ରିଲ ୨୯ ତାରିଖରେ ବିଶ୍ୱ ପ୍ରସିଦ୍ଧ ଶୈବପୀଠ କେଦାରନାଥ ମନ୍ଦିର ଓ ଏପ୍ରିଲ ୨୬ ତାରିଖରେ ଗଙ୍ଗୋତ୍ରୀ-ଯମୁନେତ୍ରୀ ମନ୍ଦିର ଖୋଲା ଯାଇଥିଲା ।

LEAVE A REPLY

Please enter your comment!
Please enter your name here