Spread the love

ଭୁବନେଶ୍ୱର
ରାଜ୍ୟରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ଆଉ ୪୮ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଯାଇଛି । ଏଥିରେ ଗଞ୍ଚାମ ଜିଲ୍ଲାର ୧୫ ଜଣ ଲୋକ ସାମିଲ ଅଛନ୍ତି । ଏହା ସହିତ ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ୩୦୭ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୨୫୬ଟି ମାମଲା ସକ୍ରୟ ରହିଛି । ସେହିପରି ୨ ଜଣ ଏଥିରେ ମୃତ୍ୟୁବରଣ କରିଛନ୍ତି । ଏବେ ସୁଦ୍ଧା ଯାଜପୁରର ୧୩୭, ବାଲେଶ୍ୱରର ୧୧୯, ଭଦ୍ରକର ୭୪, ଖୋର୍ଧାର ୬୦, କେନ୍ଦ୍ରାପଡାର ୩୦, ପୁରୀର ୨୯, ସୁନ୍ଦରଗଡର ୨୭, କଟକର ୨୩, ଅନୁଗୁଳର ୧୫, ମୟୁରଭଞ୍ଜର ୧୧, ନୟାଗଡର ୯, କେନ୍ଦୁଝରର ୮, ବଲାଙ୍ଗୀରର ୬, ଜଗତସିଂହପୁରର ୫ ଏବଂ ବୌଦ୍ଧର ୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତିି ।

LEAVE A REPLY

Please enter your comment!
Please enter your name here