Spread the love

ବଲାଙ୍ଗୀର: ବାଇଗଣ ବୋଝେଇ ହୋଇଥବା ଏକ ଗାଡ଼ିରୁ ପୋଲିସ ୩ କ୍ୱିଣ୍ଡାଲ ଗଞ୍ଜେଇ ଜବତ କରିବା ସହ ଜଣେ ପୂର୍ବତନ ସରପଞ୍ଚଙ୍କ ସହ ୩ଜଣଙ୍କୁ ଗିରଫ କରିଛି । ଜବତ ଗଞ୍ଜେଇର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ତୁଷୁରା ଥାନା ଅନ୍ତର୍ଗତ ଗୁଡ଼ଭେଲା-ତୁଷୁରା ରାସ୍ତାର ଡୁଙ୍ଗିବାହାଲ ଜୋର ପୋଲ ନିକଟରୁ ବୋଲେରୋ ପିକ ଅପ ଭ୍ୟାନରୁ ପୁଲିସ ୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗୁଡ଼ଭେଲା ବ୍ଲକ ଘୁନା ପଂଚାୟତର ପୂର୍ବ ସରପଞ୍ଚ ଜଗନ୍ନାଥ ସାହୁ(୩୮)ଙ୍କ ସହ ଦୁଇଜଣ ଚାଳକ ସୁଶାନ୍ତ ସାହୁ(୩୫)ଓ ପ୍ରେମାନନ୍ଦ ଭୋଇ(୩୩)ଙ୍କୁ ଗିରଫ କରିଛି। ପୁଲିସର ସୂଚନା ଅନୁସାରେ ରାସ୍ତାରେ ଏକ ସ୍କୁଟିରେ ଯାଉଥିବା ପୂର୍ବ ସରପଞ୍ଚ ଜଗନ୍ନାଥ ସାହୁଙ୍କୁ ପୋଲିସ ଅଟକାଇଥିଲେ। ତାଙ୍କ ଟ୍ରକ ଚ।ଳକଙ୍କୁ ଟଙ୍କା ଦେବାକୁ ଯାଉଥିବା କହି ସେଠାରୁ ଚମ୍ପଟ ମାରିଥିଲେ। ପୁଲିସ ସନ୍ଦେହ କରି ଜଗନ୍ନାଥଙ୍କୁ ଅନୁସରଣ କରି ଆସୁଥିବା ଏକ ପରିବା ବୋଝେଇ ବୋଲେରୋ ପିକ ଅପ ଭ୍ୟାନକୁ ଅଟକାଇଥିଲା। ୧୦ଟି ପ୍ୟାକେଟରେ ଗଞ୍ଜେଇ ଥିଲା ।

LEAVE A REPLY

Please enter your comment!
Please enter your name here