Spread the love

ମଲ୍ଲପୁରମ
ଗର୍ଭବତୀ ହାତୀକୁ ସପୁରୀରେ ବାଣ ଦେଇ ହତ୍ୟା କରିବାକୁ ଘଟଣାକୁ ନେଇ ଦେଶରେ ଚର୍ଚ୍ଚା ଜାରି ରହିିଛି । ସେଲିବ୍ରିଟି ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ହତ୍ୟାକାରୀକୁ କଠୋରରୁ କଠୋର ଦଣ୍ଡ ଦେବା ଲାଗି ଦାବି କରୁଛନ୍ତି । ତେବେ ଆଜି ହତ୍ୟାକାରୀର ସୂଚନା ଦେବା ଲୋକକୁ ଲକ୍ଷେ ଟଙ୍କା ପୁରସ୍କାର ଦିଆଯିବ ବୋଲି ୱାଇଲ୍ଡ ଲାଇଫ ଏସଓଏସ ପକ୍ଷରୁ ଘୋଷଣା କରାଯାଇଛି । ଏନେଇ ସଂସ୍ଥା ଏକ ନମ୍ବର ଜାରି କରି କହିଛି ଯେ ଆପଣ ଯଦି ହାତୀକୁ ବଞ୍ଚାଇବା ଅଭିଯାନରେ ସାମିଲ ହେବାକୁ ଚାହାନ୍ତି ତେବେ ହାତୀ ହେଲ୍ପଲାଇନ ନଂ +୯୧୯୯୭୧୬୯୯୭୨୭ ରେ କଲ କରି କିମ୍ବା ଇନଫୋଆଟଦିରେଟୱାଇଲ୍ଡ ଲାଇଫଏସଓଏସଡଟଓଆରଜିରେ ଯୋଗାଯୋଗ କରନ୍ତୁ । ଅପରପକ୍ଷେ ଏଚଏସଆଇ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି ଯେ ଯଦି କେହି ହାତୀ ହତ୍ୟାକାରୀଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିବେ ତେବେ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ । ସୂଚନାଯୋଗ୍ୟ ଯେ କେରଳର ମାଲାପୁରମ ଜିଲ୍ଲାରେ ଗତ ୨୫ ତାରିଖ ରାତିରେ ଏକ ଗର୍ଭବତୀ ହାତୀ ଖାଦ୍ୟ ସଂଗ୍ରହ ଉଦେଶ୍ୟରେ ଏକ ଗ୍ରାମକୁ ଚାଲି ଯାଇଥିଲା । ଏହି ସମୟରେ ଲୋକେ ହାତୀକୁ ଲୋକେ ସପୁରୀ ମଧ୍ୟରେ ବାଣ ଖାଇବାକୁ ଦେବା ପରେ ବାଣରେ ନଆଁ ଲଗାଇ ଦେଇଥିଲେ ।ଏହା ଖାଇବା ପରେ ହାତୀର ପାଟି ଭିତରେ ବସ୍ଫୋରଣ ହୋଇଥିଲା । କଷ୍ଟରେ ଛଟପଟ ହେଉଥିବା ହାତୀଟି ପ୍ରାଣ ବିକଳରେ ଦୌଡି ଯାଇ ଭେଲିୟାର ନଦୀ ଭିତରକୁ ଯାଇ ପାଣି ଭିତରେ ଠିଆ ହୋଇ ରହିଥିଲା ଏବଂ ନିଜର ଯନ୍ତ୍ରଣା କମ ହେବା ଲାଗି ସେ ବାରମ୍ବାର ପାଣି ପିିଇବାରେ ଲାଗିଥିଲା । ସେ ତିନି ଦିନ ପର୍ଯ୍ୟନ୍ତ ପାଣିରେ ଛିଡା ହେବା ପରେ ଶେଷରେ ପ୍ରାଣ ତ୍ୟାଗ କରିଥିଲା ।

LEAVE A REPLY

Please enter your comment!
Please enter your name here