Spread the love

ତିରୁବନନ୍ତପୁରମ
କେରଳରେ ଗର୍ଭବତୀ ହାତୀ ମୃତ୍ୟୁ ଘଟଣାରେ ଜଣେ ବ୍ୟକ୍ତିିଙ୍କୁ ଗିରଫ କରାଯାଇଛି । ରାଜ୍ୟ ବନ ବିଭାଗ ମନ୍ତ୍ରୀ କେ ରାଜୁ ଏହି ସୂଚନା ଦେଇ କହଛନ୍ତି ଯେ ଏହି ମାମଲାରେ ପୂର୍ବରୁ ୩ ଜଣଙ୍କୁ ପଚରାଉଚୁରା କରାଯାଇଥିଲା । ସୂଚନାଯୋଗ୍ୟ ଯେ ଏହ ଘଟଣାକୁ ନେଇ ଗତ କାଲି କେନ୍ଦ୍ର ରାଜ୍ୟ ସରକାରଙ୍କୁ ସବିଶେଷ ରିପୋର୍ଟ ମାଗିଥିଲା । ଏହି ହାତୀ ମୁତ୍ୟୁ ଘଟଣା ଜଣାପଡିବା ପରେ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ମଧ୍ୟ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ତେବେ ଏହି ଘଟଣାକୁ ନେଇ ସାଂସଦ ମେନକା ଗାନ୍ଧୀ ୱାୟନାଡ ସାଂସଦ ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରିଥିଲେ । ସେ ଏହିି ଘଟଣା ପାଇଁ ରାହୁଲଙ୍କୁ ଦାୟୀ କରି କହିଥିଲେ ଯେ ସେ ଉକ୍ତ ଅଞ୍ଚଳର ସାଂସଦ ହୋଇଥିଲେ ମଧ୍ୟ ଏନେଇ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଉକ୍ତ ଅଞ୍ଚଳରେ ଦିନକୁ ଦିନ ବନ୍ୟଜନ୍ତୁଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି । ଅପରପକ୍ଷେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ କହିଥିଲେ । ପରେ ବନବିଭାଗ ଏବଂ ପୋଲିସ ଅ ଜ୍ଞାନ ବ୍ୟକ୍ତିଙ୍କ ବିରୋଧରେ ମାମଲ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

LEAVE A REPLY

Please enter your comment!
Please enter your name here