Spread the love

ଭୁବନେଶ୍ୱର: ଖୋର୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ଭୋଗଡା ଗ୍ରାମରେ ଗତ କାଲି ବିଳମ୍ବିତ ରାତିରେ ବୋମାମାଡ ହୋଇଛି । ଗୋଟିଏ ଘରକ ଲକ୍ଷ୍ୟ କରି କରାଯାଇଥିବା ଏହି ବୋମାମାଡରେ ପରିବାରର ୩ ଜଣ ସ୍ୱାମୀ, ସ୍ତ୍ର ଏବଂ ପୁଅ ଗୁରୁତର ଆହତ ହୋଇଛନ୍ତିା ସେମାନଙ୍କୁ ପ୍ରଥମେ ଖୋର୍ଧା ହସ୍ପିଟାଲରେ ଏବଂ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ ସୋମବାର ବିଳମ୍ବିତ ରାତରେ ୮ରୁ ୧୦ ଜଣ ଦୁର୍ବୁତ୍ତ ଉକ୍ତ ଘରୁ ଲୁଟପାଟ କରିବା ସହ ବୋମାମାଡ କରିଥିଲେ । ଏନେଇ ବାଘମାରୀ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here