Spread the love

ନୂଆଦିଲ୍ଲୀ
ଆସନ୍ତା ୧୯ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜରାଟରେ ପୁଣିଥରେ କଂଗ୍ରେସକୁ ଝଟକା ଲାଗିଛି । ଦଳର ୨ ଜଣ ବିଧାୟକ ଇସ୍ତଫା ଦେବା ପରେ ଆଜୁ ଆଉ ଜଣେ ଇସ୍ତଫା ଦେବାକୁ କହିଛନ୍ତି । ସୂଚନା ଅନୁଯାୟୀ କରଜାନର ବିଧାୟକ ଇସ୍ତଫା ଦେଇଛନ୍ତି ଏବଂ କାପ୍ରଦାର ବିଧାୟକ ଜିତୁ ଚୌଧୁରୀଙ୍କର ଦଳ ସହିତ କୌଣସି ସମ୍ପର୍କ ନାହିଁ । ସେ ମଧ୍ୟ ଇସ୍ତଫା ଦେଇଛନ୍ତି ବୋଲି ଦଳ ବିଶ୍ୱାସ କରୁଛି । ତେବେ ତୃତୀୟ ବିଧାୟକଙ୍କ ଇସ୍ତଫା ନେଇ କୌଣସି ସୂଚନା ତାଙ୍କ ପାଖରେ ନାହିଁ ବୋଲି କଂଗ୍ରେସ ନେତାମାନେ କହିଛନ୍ତି । କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଦୁଇ ଜଣ ବିଧାୟକଙ୍କ ବିଷୟରେ ଆମକୁ ଜଣାଅଛି ଏବଂ ତେବେ ତୃତୀୟ ବିଧାୟକଙ୍କୁ ସୂଚନାକୁ ଅପେକ୍ଷା କରିଛୁ । ଆମେ ଏହା ମଧ୍ୟ ଆଶା କରୁଥିଲୁ । ଯଦି ବିଜେପି ଅନ୍ୟ ରାଜ୍ୟରେ ଏହା କରିପାରୁଛି ତେବେ ଗୁଜରାଟ କାହିଁକି କରିବନି । ଏହା ତ ସେମାନଙ୍କର ନିଜସ୍ୱ ଗୃହ । ଦଳର ନେତାମାନେ ଗତ କାଲି ରାତିରେ ବିଦ୍ରୋହୀଙ୍କୁ ଭେଟିବାକୁ ପ୍ରଚେଷ୍ଟା କରିଥିଲେ । କିନ୍ତୁ ନେତାଙ୍କ ଉଦ୍ୟମ ସତ୍ତେ୍ୱ ଦଳ ସେମାନଙ୍କ ସହ ଯୋଗାଯୋଗ କରିବାରେ ବିଫଳ ହୋଇଥିଲା । କଂଗ୍ରେସର ଗୁଜରାଟ ପ୍ରଭାରୀ ରାଜୀବ ସତ୍ତାଭ ଟ୍ୱିଟ କରି କହିଛନ୍ତି ଯେ ଭାରତ ସ୍ୱାଧୀନ ହେବା ପର ଠାରୁ ଏବେ ବଡ ସ୍ୱାସ୍ଥ୍ୟ, ଅର୍ଥନୈତିକ ଏବଂ ମାନବିକ ସଙ୍କଟ ଦେଇ ଗତି କରୁଛି । ବିଜେପି ନିଜର ସମସ୍ତ ଶକ୍ତି ଲଗାଇ ବେଆଇନ ଭାବେ ବିଧାୟକମାନଙ୍କୁ ନିଜ ସପକ୍ଷରେ ନେଇ ରାଜ୍ୟସଭା ନିର୍ବାଚନରେ ବିଜୟୀ ହେବାକୁ ଚେଷ୍ଟା କରୁଛି । ଏଭଳି ଲୋକଙ୍କୁ ଧିକ୍କାର । ଏହା ପୂର୍ବରୁ ମାର୍ଚ୍ଚ ମାସରେ କଂଗ୍ରେସର ୫ ବିିଧାୟକ ଇସ୍ତଫା ଦେବାରୁ ବିଧାୟକ ସଂଖ୍ୟା ୬୮କୁ ଖସିଆସିଛି । ଏବେ ଆଉ ୩ ବିଧାୟକ ଇସ୍ତଫା ଦେବା ଦ୍ୱାରା କଂଗ୍ରେସକୁ ରାଜ୍ୟସଭା ନିର୍ବାଚନରେ ୪ଟି ଆସନରୁ ୨ଟିରେ ଜିତିବାକୁ କଷ୍ଟ ହେବ । ଏବେ ବିଜେପିର ୧୦୩ ବିଧାୟକ ଅଛନ୍ତି । ଏହି ସ୍ଥିତିରେ ସେ ୨ ଆସନରେ ବିଜୟୀ ହେବ । ସେହିପରି କଂଗ୍ରେସ ପାଖରେ ଏବେ ୬୮ ଆସନ ରହିଛି । ଏପରି ସ୍ଥିତିରେ ସେ ଗୋଟିଏ ଆସନ ଜିତିବାରେ ସକ୍ଷମ ହେବ । ତେବେ ବିଜେପି ତୃତୀୟ ଆସନ ଲାଗି କଂଗ୍ରେସର ପୂର୍ବତନ ନେତା ନରହରି ଅମିନଙ୍କୁ ପ୍ରାର୍ଥୀ କରିଛି ।

LEAVE A REPLY

Please enter your comment!
Please enter your name here