Spread the love

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗୋଟିଏ ଦିନରେ ସର୍ବାଧିକ ହୋଇ ରେକର୍ଡ଼ ସୃଷ୍ଟି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୮ହଜାର ନୂଆ ରୋଗୀ ବଢ଼ିଥିବା ବେଳେ ୨୬୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ଇତି ମଧ୍ୟରେ ୪୯୭୧ରେ ପହଞ୍ଚିଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୩,୭୬୩ ହୋଇଥିବା ବେଳେ ଏକାକି ମହାରାଷ୍ଟ୍ରରେ ୬୨,୨୨୮ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ମୁମ୍ବାଇର ଥାନେ ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତଙ୍କ ଶବ ଦାହ କରିବାକୁ ଯାଇଥିବା ୧୮ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ଖବର ଲୋକଙ୍କୁ ଆତଙ୍କିତ କରିଛି । ସେହିଭଳି ଦିଲ୍ଲୀ, ତାମିଲନାଡୁ, ହରିୟାନା ଓ ଉତ୍ତରାଖଣ୍ଡରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ରୋଗୀ ନୂଆ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here