Spread the love

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଉଥିଲା ବେଳେ ଶୁକ୍ରବାର ଏ କ୍ଷେତ୍ରରେ ଆଶାର ଆଲୋକ ଦେଖାଦେଇଛି । ଶୁକ୍ରବାର ଗୋଟିଏ ଦିନରେ ୪ଟି ଜିଲ୍ଲାର ୧୪ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ କେନ୍ଦ୍ରପଡ଼ା ଜିଲ୍ଲା କରୋନା ମୁକ୍ତ ହୋଇଛି ।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାର ୭, ଭୁବନେଶ୍ୱର-ବାଲେଶ୍ୱରର ୩ ଜଣ ଲେଖା ଓ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮ରେ ପହଞ୍ଚôଥିଲା ବେଳେ ମୋଟ୫୫ ଜଣ ଭଲ ହୋଇଛନ୍ତି । ଏକାଥରେ ୧୪ ସୁସ୍ଥ ହେବା ପରେ ଭୁବନେଶ୍ୱରରେ ମୋଟ୍ ପଜିଟିଭ୍ ୪୭ ଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୩୦ ଏବଂ ସକ୍ରୀୟସଂଖ୍ୟା ୧୬ ଅଛି । ଭଦ୍ରକରେ ମୋଟ ପଜିଟିଭ୍ ସଂଖ୍ୟା ୧୯ ଥିବା ବେଳେ ୯ ସୁସ୍ଥ ଏବଂ ୧୦ ସକ୍ରୀୟଅଛନ୍ତି । ବାଲେଶ୍ୱରରେ ୨୦ ପଜିଟିଭଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୩ ଏବଂ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ରହିଛି । ପୂର୍ବରୁ ପୁରୀ, କଟକ, ଢ଼େଙ୍କାନାଳ, କଳାହାଣ୍ଡି ଜିଲ୍ଲା କରୋନା ମୁକ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here