Spread the love

ଭୁବନେଶ୍ୱର
ମୟୁରଭଞ୍ଜର କରଞ୍ଜିଆ ବ୍ସକ ଘୋଷଦା ଗ୍ରାମର ଢିପାସାହା ଶାଖା ଡାକଘର ଅଧିକାରୀଙ୍କ ଘର ପଛ ପାଖରେ ଥିବା ଗୋବର ଗାଡରୁ ଶହ ଶହ ଆଧାର କାର୍ଡ ମିଳିଛି । ଏହା ଜଣାପଡିବ ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ପରେ ଚଢେଇଭୋଳ ଫାଣ୍ଡି ପୋଲିସ ଆସି ବଝାସୁଝା କରିବାର ଏହା ଶାନ୍ତ ପଡଥିଲା । ସୂଚନା ଅନୁଯାୟୀ ମୂଲଆମାନେ ଗୋବର ଉଠାଇବାକୁ ଯାଇଥିବାବେଳେ ସେଠାରେ ପ୍ରାୟ ୩୦୦ ଆଧାର କାର୍ଡ ପଡିଥିବା ଦେଖିବାକୁ ପାଇଥିଲେ । ଏଥିରେ ଉକ୍ତ ଗ୍ରାମର ଅଧିକାଂଶ ଲୋକଙ୍କ କାର୍ଡ ସାମିଲ ଥିଲା । ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଗ୍ରାମବାସୀ ମାନେ ଦାବ କରିଛନ୍ତି ।

LEAVE A REPLY

Please enter your comment!
Please enter your name here