Spread the love

ଭୁବନେଶ୍ୱର
ମହାମାରୀ କରୋନା ଭାଇରସ ପ୍ରକୋପକୁ ରୋକିବା ଲାଗି ମାର୍ଚ୍ଚ ୨୫ ଠାରୁ ସାରା ଦେଶକୁ ଲକଡାଉନ କରାଯାଇଛି । ଏଥିଯୋଗୁ ଯାତ୍ରୀ ପରିବହନ ସେବାକୁ ସମ୍ପୂର୍ଣ ବନ୍ଦ କରାଯାଇଛି । କିନ୍ତୁ ପରେ ସ୍ଥିତି ସୁଧାରିବାକୁ ଦେଖି ସରକାର କଟକଣା କୋହଳ କରିବା ସହିତ ଗ୍ରୀନ ଜୋନଗୁଡିକରେ ବସ ଚଳାଚଳ କରିବାକୁ ଅନୁମତି ଦେଇଥିଲେ । ତେବେ ଅଧା ଯାତ୍ରୀଙ୍କୁ ନେଇ ନେଇ ବସ ଚାଲିପାରିବ ବୋଲି ସରକାର ସର୍ତ୍ତ ରଖିଥିଲେ । କିନ୍ତୁ ଏଥିରେ କ୍ଷତି ହେବ କହି ମାଲିକମାନେ ବସ ଚଳାଚଳ ଆରମ୍ଭ କରିନଥିଲେ । ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୋମବାର ସୂଚନା ଦେଇ କହିଛନ୍ତି ଯେ ଗ୍ରୀନଜୋନରେ ବସ ଚଳାଚଳ କରିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହର ଦେଇଛନ୍ତି । ଦିନେ ଦୁଇଦିନ ଭିତରେ ସରକାର ଏନେଇ ନିଷ୍ପତ୍ତି ନେବେ । ତେବେ ବସ ମାଲିକଙ୍କ କ୍ଷତି ହ୍ରାସ ଲାଗି ବସ ଭଡାକୁ ଦ୍ୱିଗୁଣିତ କରାଯିବ । ଜରୁରୀ କାମ ଥିଲେ ଲୋକେ ଏହି ଭଡା ଦେବାକୁ ପଛାଇବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here