Spread the love

ନୂଆଦିଲ୍ଲୀ: ମାର୍ଚ୍ଚ ୨୫ରୁ ସମ୍ପୁର୍ଣ୍ଣ ବନ୍ଦ ଭାରତୀୟ ରୋଳର ଚକା ମଙ୍ଗଳବାର ପୁଣି ଗଡ଼ିବା ଆରମ୍ଭ କରିଛି । ମଙ୍ଗଳବାର ସନ୍ଧ୍ୟା ୫.୦୫ରେ ପ୍ରଥମ ଟ୍ରେନ ପଶ୍ଚିମବଙ୍ଗର ହାଓଡ଼ାରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା । ଦୀର୍ଘ ୪୭ ଦିନର ଲକଡାଉନ ପରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବା ଦ୍ୱାରା ଦେଶରେ ପୁଣି ସ୍ୱାଭାବିକ ଜୀବନଯାତ୍ରା ଆରମ୍ଭ ହେବାର ସୁଚନା ବୋଲି ବିଚାର କରାଯାଉଛି । ପୂର୍ବ ଘୋଷଣା ଅନୁଯାୟୀ ମଙ୍ଗଳବାର ବୋଲି ସୂଚିତ କରୁଛି । ମଙ୍ଗଳବାର ୧୫ ଯୋଡ଼ା ଟ୍ରେନ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସହର ଓ ଜାତୀୟ ରାଜଧାନୀ ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରିଥିଲା । ଓଡ଼ିଶା ରାଜଧାନୀ ଭୁବନେଶ୍ୱରରୁ ବୁଧବାର(୧୩/୦୫/୨୦୨୦) ପ୍ରଥମ ଟ୍ରେନ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବ । ସେହିପରି ୧୪ ତାରିଖ ଗୁରୁବାର ନୂଆଦିଲ୍ଲୀରୁ ପ୍ରଥମ ଟ୍ରେନ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ ବୋଲି ରୋଳବାଇ ପକ୍ଷରୁ କୁହାଯାଇଛି । ଏହି ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରିତ ଟ୍ରେନ ଗୁଡ଼ିକ ପାଇଁ ସୋମବାରଠାରୁ ବୁକିଂ ଆରମ୍ଭ ହୋଇଥିଲା ଓ ମାତ୍ର ୩ ଘଣ୍ଟାରେ ସବୁ ଟିକଟ ବିକ୍ରୀ ହୋଇଯାଇଥିଲା । ତେବେ ଏଥିପାଇଁ ଯାତ୍ରୀଙ୍କ ସୁରକ୍ଷା ଓ କରୋନା ସଂକ୍ରମଣକୁ ଲକ୍ଷ୍ୟ ରଖି ରେଳବାଇ ପକ୍ଷରୁ ନୁଆ ଗାଇଡ଼ଲାଇନ ଜାରି କରାଯାଇଛି । ଯାତ୍ରୀ ମାନେ ୯୦ ମିନିଟ ପୁର୍ବରୁ ଷ୍ଟେସନରେ ପହଞ୍ଚôବେ । ପ୍ରତ୍ୟେକ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ଯେଉଁ ଯାତ୍ରୀଙ୍କର କନଫର୍ମ ଟିକଟ ଥିବ ସେହିମାନଙ୍କୁ ଯାତ୍ରା ପାଇଁ ଅନୁମତି ଦିଆଯିବ । ଏଥିପାଇଁ ପ୍ରାୟ ୫୫ ହଜାର ଯାତ୍ରୀ ଟିକଟ ବୁକିଂ କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here