Spread the love

ନୂଆଦିଲ୍ଲୀ
ଘରକୁ ଫେରିବା ଲାଗ ସରକାରଙ୍କୁ ସହଯୋଗ ନିବେଦନ କରି ବିଫଳ ହେବାରୁୁ ହରିୟାନାରେ ଜଣେ ଓଡିଆ ଯୁବକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହି ଯୁବକ କେନ୍ଦ୍ରପଡା ରାଜନଗରର ଗଙ୍ଗାଧର ବିଶ୍ୱାଳ ବୋଲି ଜଣାପଡିଛି । ସେ ହରିୟାନା ଯମୁନାବିହାରରେରେ ରହି ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ । ସେ ଲକଡାଉନରେ ଫସ ି ରହିଥିବା ଯୋଗୁଁ ନିଜ ଗାଁକୁ ଫେରିବା ଲାଗି ସରକାରଙ୍କୁ ଅନୁରୋଧ କରିଥିଲେ । ସେ ଏନେଇ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଛାଡିଥିଲେ । ତେବେ କେଉଁଠାରୁ କିଛି ସହଯୋଗ ନପାଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here