Spread the love

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରୋଇ ହସ୍ପିଟାଲ୍ ଗୁଡ଼ିକୁ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି । କରୋନା ହସ୍ପିଟାଲର ବେଡକୁ ନେଇ ଭୁଲ୍ ତଥ୍ୟ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ତାଙ୍କ ଅନୁଯାୟୀ ଦେଶରେ ଦିଲ୍ଲୀରେ ସର୍ବାଧିକ କରୋନା ପରୀକ୍ଷା ହେଉଛି । ତେବେ କିଛି ଘରୋଇ ହସ୍ପିଟାଲ୍ ଏଭଳି ସଙ୍କଟ ସମୟରେ ବେଡକୁ ଚୋରାରେ ବିକ୍ରି କରୁଛନ୍ତି । ଗତ ମଙ୍ଗଳବାର ଆମେ ଏକ ଅାପ୍ ଲଞ୍ଚ କରିଥିଲୁ । ଏଥିରେ ବେଡ୍ ସଂଖ୍ୟାକୁ ସାର୍ବଜନୀନ କରାଯାଇଥିଲା । କିନ୍ତୁ କିଛି ହସ୍ପିଟାଲ୍ ଏଥିରେ ଭୁଲ୍ ତଥ୍ୟ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here