Spread the love

ଜୟପୁର: ବରଯାତ୍ର୍ରୀଙ୍କୁ ନେଇ ଯାଉଥିବା ଏକ ଭ୍ୟାନ ଘାଟିରେ ଓଲଟିବା ଫଳରେ ଦୁଇଜଣ ମହିଳାଙ୍କ ମୃତୁ୍ୟ ହୋଇଛି । ବୋରିଗୁମ୍ମାରୁ ଜୟପୁର ଯାଉଥିଲା ବେଳେ ବିଶିଂପୁର ଥାନା ଅନ୍ତର୍ଗତ ଗୁରୁମାଇଗୁଡ଼ା ଘାଟିରେ ଚାଳକ ଭାରସମ୍ୟ ରକ୍ଷା କରିନପାରିବାରୁ ଗାଡ଼ିଟି ଓଲଟି ପଡ଼ିଥିଲା । ଦୁଇଜଣ ମହିଳା ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଗୁରୁତରଙ୍କୁ ଜୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୧୬ ଜଣଙ୍କୁ ବୋରିଗୁମ୍ମା ଗୋଷ୍ଠୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଗାଡିରେ ବରଯାତ୍ରୀ ବୋରିଗୁମ୍ମାରୁ ନବରଙ୍ଗପୁର ଯାଉଥିଲା । ବିଂଶିପୁର ଥାନା ବରମାଇଗୁଡା ଘାଟୀରେ ବରଯାତ୍ରୀ ଭ୍ୟାନ ଓଲଟି ଯାଇଛି ।

LEAVE A REPLY

Please enter your comment!
Please enter your name here