Spread the love

ନୂଆଦିଲ୍ଲୀ, ପୂର୍ବ ଲଦାଖରେ ଚୀନ୍ ସୈନ୍ୟଙ୍କ ସହ ସଂଘର୍ଷରେ ଯୋଗୁଁ ଆସନ୍ତା ସପ୍ତାହରେ ବିସିସିଆଇ ଚାଇନା ମୋବାଇଲ୍ ଉତ୍ପାଦନକାରୀ କମ୍ପାନୀ ଭିଭୋ ସହିତ ହୋଇଥିବା ଆଇପିଏଲର କାରବାରର ସମୀକ୍ଷା କରିବ । ଆଇପିଏଲ୍ ପରିଚାଳନା ପରିଷଦର ବୈଠକରେ ଭିଭୋ ସହିତ ବାର୍ଷିକ ୪୪୦ କୋଟି ନିବେଶର ଚୁକ୍ତି ସମ୍ପର୍କିତ ତଥ୍ୟ ତଦାରଖ କରିବ । ଭିଭୋ ବ୍ୟତୀତ, ପେଟିଏମ୍ ମଧ୍ୟ ନିବେଶକାରୀଙ୍କ ମଧ୍ୟରୁ ଅନ୍ୟତମ । କମ୍ପାନୀ ଏହାର ନିବେଶକମାନଙ୍କ ମଧ୍ୟରୁ ଚାଇନାର ଫାର୍ମ ଆଲିବାବା ମଧ୍ୟ ରହିଛି । ଏହା ବ୍ୟତୀତ ବିସିସିଆଇର ଜାତୀୟ ଦଳର ସାର୍ଟ ପ୍ରଦାନକାରୀ ସଂସ୍ଥା ବାଇଜୁ ଗତବର୍ଷ ଠାରୁ ଆଗାମୀ ପାଞ୍ଚ ବର୍ଷ ଯାଏଁ ୧୦୭୯ କୋଟି ଟଙ୍କା ପ୍ରଦାନ କରିଛି । ଚାଇନାର ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଭାରତୀୟ ଅର୍ଥନୀତିରେ ସାହାଯ୍ୟ କରୁଛନ୍ତି କିନ୍ତୁ ସେମାନେ ଦେଶକୁ ସର୍ବଦା ପ୍ରଥମ ସ୍ଥାନରେ ରଖିବେ ବୋଲି ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ଧୁମାଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here