Spread the love

ଭୁବନେଶ୍ୱର : ସୋମବାର ଠାରୁ ରାଜ୍ୟରେ ସମସ୍ତ ଯାତ୍ରୀବାହୀ ବସ ଚଳାଚଳ କରିବା ଲାଗି ରବିବାର ରାଜ୍ୟ ସରକାର ଘୋଷଣା କରିଛନ୍ତି । ସମସ୍ତ ସିଟରେ ଯାତ୍ରୀ ପରିବହନ ହେବା ସହ ଅଟୋରେ ୨ଜଣ ଓ ଭଡା କାର ସହ ସମସ୍ତ ପ୍ରକାର ଗାଡ଼ି ଚଳାଚଳ ସ୍ୱାଭାବିକ ଚାଲିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ତେବେ ବସ ମାଲିକ ସଂଘ ପକ୍ଷର ୁ ଏ ଯାଏଁ ଗାଡ଼ି ଚଳାଚଳ କରାଯିବାକୁ କୌଣସି ସିଦ୍ଧାନ୍ତ ହୋଇ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ବସଗୁଡିକରେ କୋଭିଡ଼-୧୯ ଲକ୍ଷଣ ଥିବା ଲୋକଙ୍କୁ ଯାତ୍ରା କରିବା ଲାଗି ଅନୁମତି ଦିଆଯିବ ନାହିଁ । ତେବେ କୋଭିଡ-୧୯ ର ଲକ୍ଷଣ ଅନେକ ଲୋକଙ୍କଠାରେ ଦେଖା ଦେଉ ନ ଥିବାରୁ କିଭଳି ଲୋକେ ସୁରକ୍ଷିତ ରହିବେ ସେନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି । ସେହିଭଳି ଅଟୋରେ ସର୍ବାଧିକ ୨ଜଣ ଯାତ୍ରୀ ଯାତ୍ରା କରିପାରିବେ ବୋଲି ଶ୍ରୀ ଜେନା ସୂଚାନ ଦେଇଛନ୍ତି । ଏଥିସହ ରାତ୍ରୀ ୭ଟା ପରେ ଏଣିକି ଯାତ୍ରା କରିବାରେ କୌଣସି ଅସୁବିଧା ରହିବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି ।
ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା ବାହାର ରାଜ୍ୟରୁ ଆସୁଥିବା ୨୦ ହଜାର ଶ୍ରମିକଙ୍କ ସମ୍ପୂର୍ଣ୍ଣ ବିବରଣୀ ସରକାରଙ୍କ ନିକଟରେ ନଥିବାରୁ ସେମାନେ ଆସିବା ଆଗରୁ ସୂଚନା ଦେବାକୁ ସେମାନଙ୍କୁ ଅନୁରୋଧ କରିଥିଲେ ।

LEAVE A REPLY

Please enter your comment!
Please enter your name here