Spread the love

ନୂଆଦିଲ୍ଲୀ: ଜଣେ ୩୦ ବର୍ଷୀୟ ଗର୍ଭବତୀ ମହିଳାଙ୍କୁ ୮ଟି ଡାକ୍ତରଖାନା ଚିକିତ୍ସା ନକରି ଫେରାଇ ଦେବାରୁ ଆମ୍ବୁଲାନ୍ସରେ ତାଙ୍କର ମୃତ୍ୟୁ ଘଟିଛି । ସମ୍ପୃକ୍ତ ମହିଳାଙ୍କର ଦେହରେ କୋଭିଡ୍-୧୯ ସଂକ୍ରମଣ ଥିବା ସଂଦେହ କରି ୮ଟି ଯାକ ଡାକ୍ତରଖାନା କରିନଥିଲେ । ପ୍ରାୟ ୧୩ ଘଣ୍ଟା ଧରି ସମ୍ପୃକ୍ତ ମହିଳାଙ୍କୁ ଦେଶର ରାଜଧାନି ଦିଲ୍ଲୀ ରାଜରାସ୍ତାରେ ତାଙ୍କ ପରିବାର ଲୋକେ ଗୋଟିଏ ରୁ ଅନ୍ୟ ଗୋଟିଏ ଡାକ୍ତରଖାନାକୁ ଆମ୍ବୁଲାନ୍ସରେ ବୁଲୁଥିଲେ । ଠିକ୍ ଏହି ଘଟଣା ଏବେ ଦିଲ୍ଲୀରେ ଆଲୋଡନ ସୃଷ୍ଟି କରିଛି । ଏହା ଏକ ଗୁରୁତର ଘଟଣା ହୋଇଥିବାରୁ ଏହାର ତଦନ୍ତ ଆରମ୍ଭ ହୋଇଥିବାର କୋଭିଡ୍-୧୯ ଦାୟିତ୍ୱରେ ଥିବା ଦିଲ୍ଲୀ ସରକାରଙ୍କ ଆଫିସର ନରେନ୍ଦ୍ର ଭୁଷଣ କହିଛନ୍ତି । ନିଲମ କୁମାରୀ ନାମକ ଗାଜିଆବାଦ୍, ଖୋଡା କଲୋନୀର ବାସିନ୍ଦା ଏହି ମହିଳାଙ୍କୁ ତାଙ୍କ ପରିବାର ଲୋକେ ଗତକାଲି ସଖାଳୁ ସଂନ୍ଧ୍ୟା ପର୍ଯ୍ୟନ୍ତ ଚିକିତ୍ସ ପାଇଁ ଆମ୍ବୁଲାନ୍ସରେ ଧରି ବୁଲୁଥିଲେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here