Spread the love

ୱାଶିଂଟନ : ଆମେରିକାର ଜିଦ ସାମ୍ନାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଣ୍ଡ ନୁଆଁଇଛି । ଚୀନ ମଧ୍ୟ ବିଶ୍ୱ ସମୁଦାୟ ସମ୍ମୁଖରେ ପ୍ରଥମଥର ଲାଗି ନରମ ମନୋଭାବ ପୋଷଣ କରିଛି । ଏକ ରିପୋର୍ଟ ଅନୁଯାୟୀ କରୋନା ଭାଇରସ ସଂପର୍କରେ ଆମେରିକାର ତଦନ୍ତ ଦାବିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମର୍ଥନ କରିବା ପରେ ଚୀନ ମଧ୍ୟ ତଦନ୍ତର ସାମ୍ନା କରିବା ଲାଗି ରାଜି ହୋଇଛି । ସୂଚନାଯୋଗ୍ୟରେ ଚୀନର ଉହାନ ସହରରେ ଥିବା ଲାବୋରାଟାରୀରୁ କରୋନା ଭାଇରସ ବ୍ୟାପିବା ନେଇ ଅନେକ ପୂର୍ବରୁ ଆମେରିକା ଅଭିଯୋଗ କରି ଆସୁଥିବା ବେଳେ ଚୀନ କିନ୍ତୁ ଏହାକୁ ଖଣ୍ଡନ କରୁଥିଲା । ଆମେରିକା ଏହି ଭାଇରସର ସାମ୍ନା କରି ନପାରିବା ନିଜର ଅପାରଗତା ବୋଲି ଦୁଇଦିନ ତଳେ ଚୀନ କର୍ତ୍ତୃପକ୍ଷ ମତ ଦେଇଥିଲେ । ତେବେ ଚୀନକୁ ଦେବାଳିଆ ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିବ ବୋଲି ଆମେରିକା ଧମକ ଦେବାପରେ ତଦନ୍ତର ସାମ୍ନା କରିବାକୁ ଚୀନ ରାଜି ହୋଇଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here