Spread the love

ବେଜିଂ, ବିଶ୍ୱ କରୋନା ମହାମାରୀରୁ ନିସ୍ତାର ପାଇନଥିବାବେଳେ ଚୀନ ବୈଜ୍ଞାନିକମାନେ ଆଉ ଏକ ମହାମାରୀ ରୂପକ ଫ୍ଲୁ ଠାବ କରିଥିବା ନ୍ୟାସନାଲ ଏକଡେମୀ ଅଫ୍ ସାଇନ୍ସେସର ଜର୍ନାଲରେ ବୈଜ୍ଞାନିକମାନେ ଲେଖିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏହା ଯେ କେତେକ ନୂତନ ପରିବର୍ତ୍ତନ ସହ ଏହି ଫ୍ଲୁ ୨୦୦୯ର ସ୍ୱାଇନ୍ ଫ୍ଲୁ ସହ ସମାନ ବୋଲି ବୈଜ୍ଞାନିକ କହିଛନ୍ତି। ସେମାନେ ଏହି ନୂତନ ଧରଣର ଫ୍ଲୁକୁ ଜିଫୋର ଇଏ ଏଚୱାନ ଏନୱାନ ନାମ ଦେଇଛନ୍ତି। ତଥ୍ୟ ଅନୁସାରେ, ଏହି ନୂତନ ସଂକ୍ରମଣର ବାହକ ହେଉଛି ଘୁଷୁରୀ । ଚୀନର ଘୁଷୁରୀ ଶିଳ୍ପ, କଂସାଇଖାନାରେ କାମ କରୁଥିବା ଲୋକଙ୍କଠାରେ ଏହି ସଂକ୍ରମଣ ଦେଖିବାକୁ ମିଳିଛି ବୋଲି ଜଣାପଡିଛି । ଏହି ଫ୍ଲୁର ସଂକ୍ରମଣ ବଢ଼ି ମନୁଷ୍ୟଠାରୁ ମନୁଷ୍ୟକୁ ସହଜରେ ବ୍ୟାପି ଏକ ବିଶ୍ୱସ୍ତରୀୟ ସଂକ୍ରମଣ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକଙ୍କୁ ପ୍ରଥମେ ଆଶଙ୍କା ରହିଛି । ଏହା ହଠାତ ଉଭା ହେଲା ଭଳି ସମସ୍ୟା ନୁହେଁ ବୋଲି ସେମାନେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୧ରୁ ୨୦୧୮ ମଧ୍ୟରେ ଚାଇନାର ଗବେଷକମାନେ ୧୦ଟି ପ୍ରାଣୀ ଚିକିତ୍ସାଳୟରେ ଘୁଷୁରିମାନଙ୍କଠାରୁ ୩୦୦୦୦ ସ୍ବାବ ନମୁନା ନେଇଥିଲେ ଏବଂ ସେମାନ ମଧ୍ୟରୁ ୧୭୯ ସ୍ୱାଇନ୍ ଫ୍ଲୁ ଜୀବାଣୁ ପୃଥକ ରଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here