Spread the love

ନୂଆଦିଲ୍ଲୀ: ଛତିଶଗଡ ରାଜନନ୍ଦଗାଁଓ ଜିଲ୍ଲାରେ ଶୁକ୍ରବାର ରାତିରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଛତିଶଗଡ ପୋଲିସର ଜଣେ ସବ ଇନ୍ସପେକ୍ଟର ଶହୀଦ ହୋଇଥିବାବେଳେ ୪ ମାଓବାଦୀ ନିହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସିପିଆଇ(ମାଓବାଦୀ)ର ଜଣେ ବିଭାଗୀୟ କମିଟି ସଦସ୍ୟ ସାମିଲ ଅଛନ୍ତି । ଅଧିକାରୀମାନଙ୍କ ସୂଚନା ଅନୁଯାୟୀ ଶୁକ୍ରବାର ରାତି ପ୍ରାୟ ୧୦.୩୦ ସମୟରେ ମନପୁର ପୋଲିସ ଥାନା ଅଧିନରେ ଥିବା ଜଙ୍ଗଲେ ପୋଲିସ ଟିମ ମାଓବାଦୀ ବିରୋଧୀ ଅଭିଯାନ ଆରମ୍ଭ କରିଥିଲା । ରାଜନନ୍ଦଗାଁଓ ଏସପି ଜିତେନ୍ଦ୍ର ସିଂହ କହିଛନ୍ତି ଯେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପ।।ଇ ମାଓବାଦୀଙ୍କୁ ଧରିବା ଲାଗି ଏକ ପୋଲିସ ଟିମ ପଠାଯାଇଥିଲା । ଆମେ ପ୍ରଧୋନୀ ଗ୍ରାମକୁ ଘେରାଉ କରିବା ସମୟରେ ମାଓବାଦୀ ଗୁଳିଚାଳନା ଆରମ୍ଭ କରିଦେଇଥିଲେ । ଏହାର ପ୍ରତି ଜବାବ ଦେଇ ପୋଲିସ ମଧ୍ୟ ଗୁଳିଚାଳନା କରିଥିଲା । ଏଥିରେ ସବ ଇନ୍ସପେକ୍ଟର ଏସକେ ଶର୍ମା ଶହୀଦ ହୋଇଥିଲେ । ତେବେ ପୋଲିସ ଗୁଳିରେ ସିପିଆଇ ବିଭାଗୀୟ ସଦସ୍ୟ ଅଶୋକ ଏବଂ ଏରିୟା କମିଟି ସଦସ୍ୟ କ୍ରିଷ୍ଣା ସହିତ ସରିତା ଏବଂ ପ୍ରମିଳା ମଧ୍ୟ ନିପାତ ହୋଇଛନ୍ତି । ସେମାନଙ୍କ ଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here