Spread the love

ଋାୟପୁର: ସ୍ୱାମୀଙ୍କୁ ଚାକିରୀରୁ ବହିସ୍କାର କରିବାକୁ ଧମକ ଦେଇ ୩୩ ବର୍ଷୀୟା ପତ୍ନୀଙ୍କୁ ଧର୍ଷଣ କରିବା ଅଭିଯୋଗରେ ଛତିଶଗଡ଼ର ଜଣେ ଆଇଏଏସ ଅଧିକାରୀଙ୍କ ବିରୋଧରେ ଧର୍ଷଣ ମାମଲା ଦାୟର କରାଯାଇଛି । ଛତିଶଗଡ଼ର ଜାଙ୍ଗୀର-ଚାମ୍ପ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ତଥା ବର୍ତ୍ତମାନର ଜମି ରେକର୍ଡ ନିଦେ୍ର୍ଦଶକ ଜନକ ପ୍ରସାଦ ପାଠକଙ୍କ ନାମରେ ଏହି ମାମଲା ହୋଇଛି । ତେବେ ତାଙ୍କୁ ଗିରଫ କରାଯାଇନାହିଁ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି । ସମ୍ପୃକ୍ତ ମହିଳା ଜାଙ୍ଗୀର-ଚାମ୍ପ ଜିଲ୍ଲାର ଏସପିଙ୍କ ନିକଟରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ସରକାରୀ ଚାକିରୀ କରିଥିବା ତାଙ୍କ ସ୍ୱାମୀଙ୍କୁ କାର୍ଯ୍ୟରୁ ଅନ୍ତର କରିବାର ଧମକ ଦେଇ ଜାଙ୍ଗୀର-ଚାମ୍ପ ଜିଲ୍ଲା କାର୍ଯ୍ୟାଳୟ ପରିସର ମଧ୍ୟରେ ତାଙ୍କୁ ଧର୍ଷଣ କରିଥିଲେ । ପରେ ତାଙ୍କ ନିକଟକୁ ଅଶ୍ଲୀଳ ମେସେଜ ମଧ୍ୟ ପଠାଉଥିଲେ । ଘଟଣା ସମୟରେ ଅଭିଯୁକ୍ତ ଜାଙ୍ଗୀର-ଚାମ୍ପ ଜିଲ୍ଲାର ଜିଲ୍ଲାପାଳ ଥିଲେ ।

LEAVE A REPLY

Please enter your comment!
Please enter your name here