Spread the love

ନୁଆଦିଲ୍ଲୀ: ଶେଷରେ ହାର ମାନିଲେ କେନ୍ଦ୍ର ସରକାର । ମେ ୩ରେ ଲକଡାଉନ ଶେଷ ହେବା ପରେ ବିଭିନ୍ନ ସ୍ଥାନରେ ଅଟକି ଥିବା ଶ୍ରମିକ, ଛାତ୍ରଛାତ୍ରୀ, ପର୍ଯ୍ୟଟକଙ୍କୁ ନିଜନିଜ ଘରେ ପହଞ୍ଚାଇବା ପାଇଁ ଟ୍ରେନ ବ୍ୟବହାର ହେବ ନାହିଁ ବୋଲି କହିଥିଲା ବେଳେ ସ୍ଥିତିର ଗମ୍ଭୀରତାକୁ ଲକ୍ଷ ରଖି ଶୁକ୍ରବାର ସ୍ଥାନାନ୍ତର ପାଇଁ ସ୍ୱତନ୍ତ୍ର ଟ୍ରେନ ଚଲାଇବାକୁ ନିଷଷ୍ପତ୍ତି ନେଇଛନ୍ତି । ଦେଶର ଅନେକ ରାଜ୍ୟ ସରକାର ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ କେନ୍ଦ୍ର ସରକାରଙ୍କୁ ଦାବି କରିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ଗୃହ ମନ୍ତ୍ରଣାଳୟ କହିଛି ଯେ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ, ପର୍ଯ୍ୟଟକଙ୍କ ଯାତାୟତକୁ ମଧ୍ୟ ଅନୁମୋଦନ କରାଯାଇଛି। ଲକଡାଉନରେ ଫସି ରହିଥିବା ଏଭଳି ଲୋକଙ୍କ ପାଇଁ ରେଳ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଏଥି ସହିତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସହ ସମନ୍ୱୟ ରକ୍ଷା କରିବାକୁ ରେଳ ମନ୍ତ୍ରଣାଳୟ ଜଣେ ନୋଡାଲ ଅଧିକାରୀ ମଧ୍ୟ ନିଯୁକ୍ତ କରିବ । ଚଳାଚଳ କରିଛି ଶୁକ୍ରବାର ପ୍ରଥମ ସ୍ୱତନ୍ତ୍ର ଟ୍ରେନ୍ ତେଲେଙ୍ଗାନାର ଲିଙ୍ଗମ୍ପାଲିରେ ଫସି ରହିଥିବା ଶ୍ରମିକଙ୍କୁ ନେଇ ଝାଡ଼ଖଣ୍ଡ ଅଭିମୁଖେ ଯାତ୍ରା କରିଛି।

LEAVE A REPLY

Please enter your comment!
Please enter your name here