Spread the love

ୱାଶିଂଟନ: ବିଶ୍ୱର ୭ ଧନଶାଳୀ ରାଷ୍ଟ୍ରଙ୍କୁ ନେଇ ଗଠିତ ଜି-୭ ଗୋଷ୍ଠିର ବାର୍ଷିକ ସମ୍ମିଳନୀକୁ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ସ୍ଥଗିତ ରଖିଛନ୍ତି । ଟ୍ରମ୍ପ ଏବେକାର ଜି-୭କୁ ବର୍ତ୍ତମାନ ସମୟରେ ଆଦୌ ଉପୋଯୋଗୀ ନୁହେଁ ବୋଲି ଚିତ୍ରିତ କରିବା ସହ ଭାରତ ସମେତ ଅନ୍ୟ କେତେକ ଦେଶକୁ ଏଥିରେ ସାମିଲ କରାଯିବା ଉଚିତ ବୋଲି କହିଛନ୍ତି । ଆସନ୍ତା ଜୁଲାଇରେ ହ୍ୱାଇଟ ହାଉସରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିଲା । ସେ କହିଛନ୍ତି ଯେ ବର୍ତ୍ତମାନ ବିଶ୍ୱରେ ଯାହା ଚାଲିଛି ସେଥିରୁ ଜି-୭ ତାହାର ଗୁରୁତ୍ୱ ହରାଇ ବସିଛି । ସେଥିପାଇଁ ଭାରତ ସମେତ ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଓ ଋଷକୁ ଏଥିରେ ସାମିଲ କରାଯିବାର ଆବଶ୍ୟକତା ଅଛି । ଆସନ୍ତା ସେପ୍ଟେମ୍ବରରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here