Spread the love

ନୂଆଦିଲ୍ଲୀ
ଜୁନ ୧ ଠାରୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ(ସିଏପିଏଫ)ର ସମସ୍ତ କ୍ୟାଣ୍ଟିନରେ କେବଳ ସ୍ୱଦେଶୀ ସାମଗ୍ରୀ ବିକ୍ରି ହେବ ବୋଲି ସ୍ୱରଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବୁଧବାର ଘୋଷଣା କରିଛନ୍ତିି । ସୂଚନାଯୋଗ୍ୟ ଯେ ସିଏପିଏଫର ସିଆରପିଏଫ, ବିଏସଏଫ, ସିଆଇଏସଏଫ, ଆଇଟିବିପି, ଏସଏସବି, ଏନଏସଜି ଏବଂ ଆସାମ ରାଇଫଲ୍ସର କ୍ୟାଣ୍ଟିନରେ ବର୍ଷକୁ ପ୍ରାୟ ୨୮୦୦ କୋଟିର ସାମଗ୍ରୀ ବିକ୍ରି ହୋଇଥାଏ । ଏହି କ୍କ୍ୟାଣ୍ଟିନରୁ ୧୦ ଲକ୍ଷ ଯବାନଙ୍କ ପ୍ରାୟ ୫୦ ଲକ୍ଷ ପରିବାର ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବେ । ଶ୍ରୀ ଶାହା ଟ୍ୱିଟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଦେଶୀ ଉତ୍ପାଦ କ୍ରୟ କରି ଆତ୍ମନିର୍ଭରଶୀଳ ହେବା ଲାଗି ନିବେଦନ କରିବା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ ସ୍ୱଦେଶୀ ଉତ୍ପାଦ କ୍ରୟ କରି ଅନ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ଶାହା ଲୋକଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here