Spread the love

ନୁଆଦିଲ୍ଲୀ : ଚୀନରୁ ସୃଷ୍ଟି ଜୁମ ଆପରେ ବ୍ୟକ୍ତିଗତ ତଥ୍ୟର ସୁରକ୍ଷାକୁ ନେଇ ସୁପ୍ରିମ କୋର୍ଟରେ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲାରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ନୋଟିସ ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କୁ ହୋଇଥିବା ଏହି ନୋଟିସର ଜବାବ ୪ ସପ୍ତାହ ମଧ୍ୟରେ ଦେବାକୁ କୋର୍ଟ ପକ୍ଷରୁ କୁହାଯାଇଛି । ଏ ସଂପର୍କରେ ହୋଇଥିବା ମାମଲାରେ ଆବେଦନକାରୀ ଦର୍ଶାଇଛନ୍ତି ଯେ, ଏହି ଆପରେ ବ୍ୟକ୍ତିଗତ ତଥ୍ୟ ଆଦୌ ସୁରକ୍ଷିତ ନୁହେଁ । ଚୀନ ସରକାର ସେ ଦେଶରେ ସୃଷ୍ଟ ସମସ୍ତ ଆପ କୁ ତଦାରଖ କରୁଥିବା ବେଳେ ଭାରତୀୟମାନେ କରୁଥିବା ଭିଡ଼ିଓ ଚାଟ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସୁପ୍ରିମ କୋର୍ଟର ମାନ୍ୟବର ବିଚାର ପତି ଏସ. ଏ. ବୋବଡେ ଏହି ମାମଲାର ବିଚାର କରି ୪ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାର ଏ ନେଇ ସତ୍ୟପାଠ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here