Spread the love

ନୂଆଦିଲ୍ଲୀ: ଜୁଲାଇ ଶେଷ ସୁଦ୍ଧା ଭାରତକୁ ୪ଟି ରାଫେଲ ଯୁଦ୍ଧ ବିମାନ ମିଳିବ ବୋଲି ଜଣାପଡ଼ିଛି । ଏହି ବିମାନ ମଇରେ ଭାରତକୁ ମିଳିବାର ଥିଲା ମାତ୍ର କରୋନା ଜନିତ ଲକଡାଉନ ଯୋଗୁ ଏହା ବିଳମ୍ବିତ ହୋଇଥିଲା । ୩ଟି ଦୁଇ ଇଞ୍ଜିନ ଓ ଗୋଟିଏ ଏକ ଇଞ୍ଜିନ ବିଶିଷ୍ଟ ବିମାନ ମଧ୍ୟରୁ ଗୋଟିଏକୁ ଭାରତୀୟ ବାୟୁସେନାର ୧୭-ଗୋଲ୍ଡେନ ଆରୋର କମାଣ୍ଡିଂ ଅଫିସର ଓ ଜଣେ ଫରାସୀ ପାଇଲଟ ଫ୍ରାନ୍ସରୁ ଉଡ଼ାଇ କରି ଆଣିବେ । ଅନ୍ୟ ସମସ୍ତ ବିମାନ ସିଧା ଫ୍ରାନ୍ସରୁ ନୂଆଦିଲ୍ଲୀ ଉଡ଼ାଣ କରିଥାନ୍ତେ । ମାତ୍ର ଛୋଟ କକପିଟରେ ୧୦ ଘଣ୍ଟାର ଯାତ୍ରା କ୍ଳାନ୍ତିକର ହେବାକୁ ଥିବାରୁ ଏଗୁଡ଼ିକର ସମସ୍ତ ଉପକରଣ ଅଣାଯାଇ ଏଠାରେ ପସ୍ତୁତ କରାଯିବ । ଯେଉଁ ବିମାନ ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କରିବ ତାହା କେବଳ ମଧ୍ୟପ୍ରାଚ୍ୟରେ କିଛି ସମୟ ରହିବ । ମଧ୍ୟପ୍ରାଚ୍ୟ ପୂର୍ବରୁ ଫ୍ରାନ୍ସ ବାୟୁସେନାର ଏକ ଟ୍ୟାଙ୍କର ଆକାଶରେ ଉକ୍ତ ବିମାନରେ ଇନ୍ଧନ ଭରିବ ଓ ମଧ୍ୟପ୍ରାଚ୍ୟରୁ ଭାରତ ମଧ୍ୟରେ ଭାରତୀୟ ବାୟୁସେନାର ଆଇଏଲ-୭୮ ଟ୍ୟାଙ୍କର ତେଲ ଭର୍ତ୍ତି କରିବ । ୨୦୧୬ ସେପ୍ଟେମ୍ବରରେ ୩୬ଟି ରାଫେଲ କିଣିବା ପାଇଁ ଭାରତ ଫାନ୍ସ ସହ ୬୦ ହଜାର କୋଟିର ଚୁକ୍ତି କରିଥିଲା । ରାଫେଲ ଦ୍ୱାରା ଚୀନ ଓ ପାକିସ୍ତାନ ତୁଳନାରେ ଭାରତର ଶକ୍ତି ବୃଦ୍ଧି ହେବ । ଆକାଶରୁ ଆକାଶକୁ ନିକ୍ଷେପ ହେଉଥିବା ମେଟେଓର କ୍ଷେପଣାସ୍ତ୍ର ଓ ସ୍କାଲ୍ପ ଥିବାରୁ ଶତ୍ରୁପକ୍ଷ ପାଇଁ ରାଫେଲ ଘାତକ ସାବ୍ୟସ୍ତ ହେବ ।

LEAVE A REPLY

Please enter your comment!
Please enter your name here