Spread the love

ଭୁବନେଶ୍ୱର: ଏପ୍ରିଲ ଓ ମଇରେ ହେବାକୁ ଥିବା ଜେଇଇ ମେନ ଓ ଏନଇଇଟି ୟୁଜି-୨୦୨୦ ପରୀକ୍ଷା ଜୁଲାଇ ମାସରେ ହେବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ କହିଛନ୍ତି । ଏପ୍ରିଲରେ ଜେଇଇ ମେନ ଓ ମେ ୩ରେ ଏନଇଇଟି ୟୁଜି-୨୦୨୦ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିଲା । ମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଏପ୍ରିଲ୍ ମାସରେ ଅନୁଷ୍ଠିତ ହେବାକୁ ସମୟ ନିର୍ଘଣ୍ଟ ସ୍ଥିର କରାଯାଇଥିବା ‘ଜେଇଇ ମେନ୍’ ପରୀକ୍ଷା ଜୁଲାଇ ୧୮ ରୁ ୨୩ ମଧ୍ୟରେ କରାଯିବ। ମେ ୩ ତାରିଖରେ ଅନୁଷ୍ଠିତ ହେବାକୁ ଧାର୍ୟ୍ୟ କରାଯାଇଥିବା ‘ଏନ୍‌ଇଇଟି ୟୁଜି୨୦୨୦’ ପରୀକ୍ଷା ଜୁଲାଇ ୨୬ ତାରିଖ ଦିନ ହେବ। ଏହାଛଡ଼ା ‘ଜେଇଇ ଆଡ୍‌ଭାନ୍‌ସ୍‌ଡ୍ ପରୀକ୍ଷା ଅଗଷ୍ଟ ମାସରେ କରାଯିବ। ଏହି ପରୀକ୍ଷା ନିମନ୍ତେ ତାରିଖ ଠିକଣା ସମୟରେ ଘୋଷଣା କରାଯିବ।  ସୂଚନାଯୋଗ୍ୟ ଯେ ଏବେ କରୋନା ସଂକ୍ରମଣ ପାଇଁ ବିଭିନ୍ନ ରାଜ୍ୟରେ ସରକାର ବିଭିନ୍ନ ବେସରକାରୀ ଇଞ୍ଜିନିୟରିଂ କଲେଜ କୋଠାକୁ ସଙ୍ଗରୋଧ କେନ୍ଦ୍ର ପାଇଁ ଅଧିଗ୍ରହଣ କରିଥିବାରୁ ଓ ଏବେ କରୋନା ସଂକ୍ରମଣ ଥମିବାର ନାଁ ନେଉନଥିବାରୁ କିପରି ଉକ୍ତ ପରୀକ୍ଷା ସବୁ ଅନୁଷ୍ଠିତ ହେବ ସେ ନେଇ ସଂଶୟ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here