Spread the love

ଭୁବନେଶ୍ୱର: ଜୁଲାଇ ୨୪ ତାରିଖର ୟୁକ୍ତ ୩ ଫାଇନାଲ ସେମିଷ୍ଟାର ଏବଂ ଅଗଷ୍ଟ ୨୦ରେ ପିଜି କ୍ଲାସ ଫାଇନାଲ ପରୀକ୍ଷା ଅନୁଷ୍ଠିିତ ହେବ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧକ୍ଷ୍ୟତାରେ ବୁଧବାର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତିି ନିଆଯାଇଛି । ଏଥିରେ ବିଭାଗୀୟ ମନ୍ତ୍ରୀ, ସଚିବ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ଏକକ ପିଜି ପ୍ରବେଶେିକା ପରୀକ୍ଷା ହେବ ଏବଂ ନଭେମ୍ବରରେ ସମସ୍ତ ପିଜି କ୍ଲାସ ଆରମ୍ଭ ହେବ । ଏହା ସହିତ ଅନଲାଇନ ପ୍ରୋଗ୍ରାମ ଲାଗି ଏକ ସ୍ୱତନ୍ତ୍ର କମିଟି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ । ଏହା ବ୍ୟତୀତ ଗୁରୁବାର ଠାରୁ ସମସ୍ତ ବିଶ୍ୱବଦ୍ୟାଳୟ ଓ ଡିଗ୍ରୀ କଲେଜର କାର୍ଯ୍ୟାଳୟ ଖୋଲିବ ଏବଂ ଏକ ତୃତୀୟାଂଶ କର୍ମଚାରୀ କାର୍ଯ୍ୟାଳୟ ଆସିବେ ।

LEAVE A REPLY

Please enter your comment!
Please enter your name here