Spread the love

ନୂଆଦିଲ୍ଲୀ: ଏ ବର୍ଷ ୫ ଦିନ ବିଳମ୍ବ ଅର୍ଥାତ ଜୁନ ୫ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ଘୋଷଣା କରାଯାଇଛି । ପ୍ରତିବର୍ଷ ଜୁନ ୧ରେ ମୌସୁମୀ କେରଳ ପହଞ୍ଚିଥାଏ । ତେବେ ଚଳିତ ବର୍ଷ ଏଥିରେ ସାମାନ୍ୟ ବିଳମ୍ବ ହେବ । ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ଧିରେଧିରେ ଭୂଭାଗ ଆଡ଼କୁ ଅଗ୍ରସର ହେଉଛି ବୋଲି ଆଇଏମଡି କହିଛି । ଚଳିତ ବର୍ଷ ସ୍ୱାଭାବିକ ଠାରୁ କମ ବୃଷ୍ଟିପାତ ହେବ ବୋଲି ଆକଳନ କରାଯାଇଛି । ଜୁନରେ ସ୍ୱାଭାବିକ ଠାରୁ କମ, ଜୁଳାଇରେ ଶୁଖିଲା ପାଗ, ଅଗଷ୍ଟ ଓ ସେପ୍ଟେମ୍ବରରେ ଅତ୍ୟଧିକ ବର୍ଷା ହେବ ବୋଲି ଆଇଏମଡି କହିଛି । ଗତବର୍ଷ ମଧ୍ୟ ଏହିପରି ବର୍ଷା ହୋଇଥିଲା । ପୂର୍ବରୁ ଏପ୍ରିଲ ୧୫ରେ ସ୍ୱାଭାବିକ ବୃଷ୍ଟିପାତ ହେବ ବୋଲି ଆଇଏମଡି ଘୋଷଣା କରିଥିଲା ।

LEAVE A REPLY

Please enter your comment!
Please enter your name here