Spread the love

ଅନୁଗୁଳ
ଅନୁଗୁଳ ଜିଲ୍ଲା ଆଠମଲିକ ଥାନା ଅଧିନରେ ଥିବା ଝରଝରି ଘାଟୀରେ ଏକ କାର ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଡ୍ରାଇଭରଙ୍କ ସମେତ ଦୁଇ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ବାଙ୍କୁଡା ସୁନମଖୀ ଜଣେ ବ୍ୟକ୍ତି ଅନ୍ୟ ଜଣେ ଲୋକଙ୍କୁ ଧରି କାରରେ ବଲାଙ୍ଗିରର ବାଘମୁଣ୍ଡା ଅଞ୍ଚଳକୁ ଫେରୁଥିଲେ । ତେବେ ଝରଝରି ଘାଟୀ ଠାରେ ଗାଡିର ଆଗ ଚକ ଫାଟିଯିବାରୁ ତାହା ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା । ସ୍ଥାନୀୟ ଲୋକେ ଆହତ ମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲା ।

LEAVE A REPLY

Please enter your comment!
Please enter your name here