Spread the love

ନୂଆଦିଲ୍ଲୀ: ଜର୍ମାନୀର ଆଡଲଫ୍ ହିଟଲରଙ୍କ ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ହୋଇଥିଲା ବେଳେ ଚୀନ୍ ପାଇଁ ତୃତୀୟ ବିଶ୍ୱଯୁଦ୍ଧ ହେବାର ଯଥେଷ୍ଟ ସମ୍ଭାବନା ଅଛି । ପ୍ରଥମ ଥର ପାଇଁ ସମଗ୍ର ବିଶ୍ୱକୁ ତାଲା ବନ୍ଦ କରିଥିବା କୋଭିଡ୍-୧୯ ବା କରୋନା ଭୂତାଣୁ ଚୀନ୍ ଦ୍ୱାରା ସୃଷ୍ଟି ହୋଇଛି ଓ ଚୀନ୍ର ଶାସକ ଜାଣିଶୁଣି ଏହାକୁ ବିଶ୍ୱବ୍ୟାପୀ କରାଇଛନ୍ତି ବୋଲି ବିିଭିନ୍ନ ରାଷ୍ଟ୍ରର ନେତାମାନେ ସ୍ପଷ୍ଟ ମତ ଦେଉଥିବା ବେଳେ ପାରିପାଶ୍ୱର୍ିକ ପ୍ରମାଣ ମଧ୍ୟ ଚୀନ୍ ବିପକ୍ଷରେ ଯାଉଛି ।
୨୦୧୯ ଡିସେମ୍ବର ଶେଷ ଭାଗରେ ଚୀନ୍ର ହୁବେଇ ପ୍ରଦେଶର ରାଜଧାନୀ ଉହାନରେ ପ୍ରଥମେ କରୋନା ଭୂତାଣୁର ଆବିର୍ଭାବ କରିଥିଲା । ଉହାନରେ ଥିବା ଭୂତାଣୁ ଗବେଷଣା ପ୍ରତିଷ୍ଠାନରେ ବାଦୁଡ଼ିମାନଙ୍କୁ ନେଇ ଚୀନ୍ ଏହି ଭୂତାଣୁ ପରୀକ୍ଷାନୀରିକ୍ଷା ଚଳାଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକାଧିକବାର କହିଛନ୍ତି । ତେବେ ଉହାନରେ ଥିବା ଜୀବନ୍ତ ପଶୁ ବଜାରରୁ ଏହି ଭୂତାଣୁର ଆବିର୍ଭାବ ଘଟିଥିଲା ବୋଲି ଚୀନ୍ ପକ୍ଷରୁ ସଫେଇ ଦିଆଯାଉଛି । ଭୂତାଣୁ ସମ୍ପର୍କରେ ଠିକ୍ ସମୟରେ ସୂଚନା ନ ଦେବାରୁ ସଂକ୍ରମଣର ତୀବ୍ରତା ବଡ଼ିବା ଓ ମନୁଷ୍ୟରୁ ମନୁଷ୍ୟ ମଧ୍ୟରେ ସଂକ୍ରମଣ ହେଉଥିଲେ ମଧ୍ୟ ଏହାକୁ ଲୁଚାଇବା, ଉହାନ୍ରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ କମ୍ବେଶୀ କରିବା ନେଇ ବିଶ୍ୱ ନେତୃବୃନ୍ଦଙ୍କ ସନେ୍ଦହ ଚୀନ୍ ଉପରେ କ୍ରମଶଃ ଦୃଢ ହେଉଥିବା ବେଳେ ଏବେ ଆଉ ଏକ ଖବର ଚୀନ୍ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ଉହାନ୍ରେ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ଯେଉଁଦିନ ଆନୁଷ୍ଠାନିକ ସ୍ୱୀକାର କଲା ଠିକ୍ ତା ପର ଦିନ ଭୂତାଣୁ ବିରୋଧୀ ଏକ ଭାକ୍ସିନ୍ର ପ୍ୟାଟେଣ୍ଟ ହାସଲ ପାଇଁ ଆବେଦନ କରିଥିବା ଜଣାପଡ଼ିଛି ।
୨୦୧୯ ଜାନୁଆରୀ ୨୦ରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ କରୋନା ଭୂତାଣୁ ସମ୍ପର୍କରେ ବିଧିବଦ୍ଧ ଭାବେ ଘୋଷଣା ଠିକ୍ ତା ପର ଦିନ ଉହାନସ୍ଥିତ ଇନିଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜ ପକ୍ଷରୁ ରେମିଡେସିଭିର ନାମକ ଏକ ଭାକ୍ସିନ୍ର ପ୍ୟାଟେଣ୍ଟ ହାସଲ କରିବାକୁ ଆବେଦନ କରାଯାଇଥିଲା । ବିଶ୍ୱରେ ନିଜର ପତିଆରା ଜାହିର କରିବାକୁ ଓ ଆମେରିକାର ଆଧିପତ୍ୟ କ୍ଷୁର୍ଣ୍ଣ କରିବା ପାଇଁ ଚୀନ୍ ପକ୍ଷରୁ କରୋନା ଭୂତାଣୁ ଅଧ୍ୟାୟ ଆରମ୍ଭ କରାଯାଇଛି । ପ୍ରଥମେ ବିଶ୍ୱକୁ କରୋନା ସଂକ୍ରମିତ କରିବା ପରେ ଏଥିରୁ ରକ୍ଷା ପାଇବା ପାଇଁ ପରବର୍ତ୍ତୀ ସମୟରେ ଭାକ୍ସିନ୍ ଯୋଗାଇ ବିଶ୍ୱରେ ନିଜ ଭାବମୂର୍ତ୍ତୀ ଉଜ୍ୱଳ କରିବା ପାଇଁ ଚୀନ୍ ଶାସକ ଉଦ୍ୟମ କରିଥିଲେ ବୋଲି ବିଶ୍ୱ ନେତୃବୃନ୍ଦ କ୍ରମେ ନିଶ୍ଚିତ ହେଉଛନ୍ତି । ଏଥିମଧ୍ୟରେ ଜାତିସଂଘ ସୁରକ୍ଷା ପରିଷଦରୁ ଚୀନ୍କୁ ବିଦା କରିବାକୁ ଓ ସେ ଦେଶର ପିପୁଲ୍ସ୍ ଲିବରେସନ ଆର୍ମୀ (ପିଏଲଏ)କୁ ସମ୍ପୁର୍ଣ୍ଣ ଧ୍ୱଂସ କରିବାକୁ ଏକାଧିକ ପାଶ୍ଚାତ୍ୟ ଆଇନ୍ ପ୍ରଣୟନକାରୀ ଦାବି କରିଛନ୍ତି । ଆମେରିକାର ବିଭିନ୍ନ ରାଜ୍ୟରେ କରୋନା ଭୂତାଣୁ ଜନିତ କ୍ଷତିର ଭରଣା ପାଇଁ ଚୀନ୍ ବିପକ୍ଷରେ ମାମଲା ମଧ୍ୟ ରୁଜୁ ହେଲାଣି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚୀନ୍ ଏତାଦୃଶ କାର୍ଯ୍ୟ ପାଇଁ ଫଳ ଭୋଗିବ ବୋଲି ଚେତାବନୀ ଦେଇସାରିଥିବା ବେଳେ ଅଷ୍ଟେଲିଆ ପକ୍ଷରୁ ଚୀନ୍ ବିପକ୍ଷରେ ଅର୍ନ୍ତଜାତୀୟ ତଦନ୍ତ ପାଇଁ ଆହ୍ୱାନ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here