Spread the love

ନୂଆଦିଲ୍ଲୀ
ମଧ୍ୟପ୍ରଦେଶ ସାଗର ଜିଲ୍ଲା ଦଲପାତପୁର ଦେଇ ଯାଇଥିବା ଜାତୀୟ ରାଜପଥରେ ଏକ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୫ଜଣ ପ୍ରବାସୀ ଶ୍ରମିକ ମୃତ୍ୟୁବରଣ କରିଛନ୍ତି । ଏଥିରେ ୧୯ ଜଣ ମଧ୍ୟ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ସାଗରର ଏଏସପି ପ୍ରବୀଣ ଭୁରିଆ କହିଛନ୍ତି ଯେ ଛାନବିଲା ପୋଲିସ ଥାନା ଅନ୍ତର୍ଗତ ସେମରା ନିକଟସ୍ଥ ଜାତୀୟ ରାଜପଥରେ ଶନିବାର ପ୍ରାୟ ୧୦ ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲା ଏବଂ ସେମାନଙ୍କୁ ବାନ୍ଦା ସ୍ଥିତ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତ କରିଥିଲା । ଏହି ମୃତକଙ୍କ ମଧ୍ୟରେ ୩ ମହିଳା ସାମିଲ ଅଛନ୍ତି । ଏମାନେ ସମସ୍ତେ ମହାରାଷ୍ଟ୍ରରୁ ବାହାରି ଉତ୍ତରପ୍ରଦେଶର ବସ୍ତାକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା ।

LEAVE A REPLY

Please enter your comment!
Please enter your name here