Spread the love

ଭୁବନେଶ୍ୱର
ଟ୍ରେନରୁ ଓହ୍ଲାଇବାକୁ ଅନୁମତି ନଦେବାରୁ ଝାଡଖଣ୍ଡ ସୀମା ନୂଆଗାଁ ଷ୍ଟେସନ ନିକଟରେ ଚେନ ଟାଣି ଓହ୍ଲାଇଛନ୍ତି ୨୦୦ରୁ ଅଧିକ ପ୍ରବାସୀ ଶ୍ରମିକ । ବନ୍ଧମୁଣ୍ଡା ଏଆରଏମଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଶ୍ରମିକମାନେ କୋହ୍ଲାପୁରରୁ ବୋକାରୋ ଶ୍ରମିକ ସ୍ପେଶିଆଲ ଟ୍ରେନରେ ବୌଦ୍ଧ,ସୋନପୁର,ବାଲେଶ୍ୱର ଜିଲ୍ଲାର ୪ ଶହରୁ ଅଧିକ ଶ୍ରମିକ ଆସୁଥିଲେ । ଏମାନେ ଝାରସୁଗୁଡା ଷ୍ଟେସନରେ ଓହ୍ଲାଇବାର ଥିଲା । ତେବେ କର୍ତ୍ତୁପକ୍ଷ ଏଥିପାଇଁ ଅନୁମତି ଦେଇନଥିଲେ । ଟ୍ରେନ ରାଉରକେଲାରେ ପହଞ୍ଚିବା ପରେ ମଧ୍ୟ ଅନୁମତି ନଥିବା କୁହାଯାଇଥିଲା । ତେବେ ଏହା ବୋକାରୋ ଯାଉଥିବା ସମୟରେ ନୂଆଗାଁ ନିକଟରେ ଚେନ ପୁଲି କରି ଶ୍ରମିକମାନେ ପଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here