Spread the love

ଢେଙ୍କାନାଳ: ସୋମବାର ସକାଳ ୬.୩୦ ସମୟରେ ଢେଙ୍କାନାଳ ଜିଲ୍ଲା ବିରାସାଳ ଏୟାରଷ୍ଟ୍ରିପରେ ଏକ ଟ୍ରେନିଂ ବିମାନ ଉଡାଣ ଭରିବାର ୫ ମିନିଟ୍ ପରେ ତଳକୁ ଖସିପଡିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଜଣେ ମହିଳା ଛତ୍ରୀ ଓ ପାଇଲଟ୍ ଥିବା ଜଣାପଡିଛି । ବିମାନଟି କୋଉ ଅବସ୍ଥାରେ ତଳକୁ ଖସିଲା ତାହା ଜଣାପଡି ନାହିଁ । ଢେଙ୍କାନାଳରେ ଥିବା ଏହି ଏୟାରଷ୍ଟ୍ରିପଟରୁ ବିମାନ ଚଳାଇବା ପାଇଁ ଶିଖ୍ୟା ପ୍ରଦାନ କରାଯାଇଥାଏ । ତେବେ ଆଜି ଘଟିଥିବା ଏହି ଦୁର୍ଘଟଣାରେ ୨ ଜଣଙ୍କୁ ପ୍ରଥମେ କାମାକ୍ଷାନଗର ହସ୍ପିଟାଲକୁ ନିଆଯାଇଥିଲା ଏବଂ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । କେଉଁ ପରିସ୍ଥିତିରେ ବିମାନଟି ଖସିଲା ତାହା ଜଣାପଡି ନାହିଁ, ବିମାନରେ ଯାନ୍ତ୍ରୀକ ତୃଟି ଥିବା କିମ୍ବା ପାଇଲଟଙ୍କ ତୃଟି ରହିଛି ସେ ନେଇ ତଦନ୍ତ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here