Spread the love

ନୂଆଦିଲ୍ଲୀ:ଏପ୍ରିଲ ମାସରେ ସାରା ବିଶ୍ୱରେ ଦିନକୁ ହାରାହାରି ୮୦ ହଜାର କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍‌୍ୟ ସଂଗଠନ( ଡବ୍ଲୁଏଚଓ) ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି ।ଏଥିରେ କୁହାଯାଇଛି ଯେ ୟୁରୋପରେ ଭାଇରସ ସଂକ୍ରମଣ ମାମଲା କମ ହେଉଥିବା ବେଳେ ଭାରତ ଏବଂ ବାଂଲାଦେଶ ଭଳି ଏସୀୟ ରାଷ୍ଟ୍ରରେ ଏହା ବଢିବାରେ ଲାଗିଛି । ଡବ୍ଲୁଏଚଓର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧନୋମ ଘେବ୍ରିୟସ କହିଛନ୍ତି ଯେ ଦେଶ ବାହାରୁ ଆସୁଥିବା କରୋନା ଭାଇରସର ମୁକାବିଲ ଦିଗରେ ସମସ୍ତ ଦେଶ ସତର୍କ ରହିବ ଉଚିତ ଏବଂ ଏଭଳି ସ୍ଥିତିରରେ ଲୋକମାନେ ଅଧିକ ସଚେତନ ହେବା ନିତ୍ୟାନ୍ତ ଆବଶ୍ୟକ । ଏହା ସହିତ ଲୋକମାନେ ଡବ୍ଲଏଚଓ ଦ୍ୱାରା ଜାରି ସତର୍କତାମୂଳକ ପଦକ୍ଷେପକୁ ମାନିବା ଉଚିତ । ସୂଚନାଯୋଗ୍ୟ ଯେ ଗୁରୁବାର ମଧ୍ୟାହ୍ନ ସୁଦ୍ଧା କରୋନା ଭାଇରସ ଆକ୍ରାନ୍ତ ହୋଇ ସାରା ବିଶ୍ୱରେ ୨,୬୫,୨୩୮ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩୮,୩୪,୦୩୮ ସଂକ୍ରମିତ ହୋଇଛନ୍ତି । ଏହା ସହିତ ୧୩,୦୬, ୪୬୬ ଲୋକ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here