Spread the love

ମୁମ୍ବାଇ: ଘରୋଇ ଆର୍ଥିକ କାରବାରକୁ ଅଧିକ ସକ୍ରୀୟ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ ଟଙ୍କାର ମୁଲ୍ୟ ଡଲାର ତୁଳନାରେ ୭ ପଇସା ବୃଦ୍ଧି ପାଇଛି । ସୋମବାର ଏକ ଡଲାରର ମୁଲ୍ୟ ୭୫.୫୪ ପଇସା ଥିଲା । ବୈଦେଶିକ ମୁଦ୍ରା କାରବାର କରୁଥିବା ସଂସ୍ଥା ଗୁଡ଼ିକ ପ୍ରକାଶ କରିଛନ୍ତି ଯେ ଦେଶକୁ ବିଦେଶି ପୁଞ୍ଜି ଆସିବା, ଦୁର୍ବଳ ଡଲାର ଓ ଅନୁକୂଳ ଘରୋଇ ଇକୁ୍ୟଟି ଯୋଗୁ ଟଙ୍କାର ମୁଲ୍ୟ ବୃଦ୍ଧି ପାଇଛି । ସୋମବାର କାରବାର ଆରମ୍ଭ ବେଳକୁ ଡଲାରର ମୁଲ୍ୟ ୭୫.୩୨ ପଇସା ଥିଲା । ତେବେ ଶୁକ୍ରବାର ଶେଷ କାରବାର ବେଳକୁ ଟଙ୍କାର ମୁଲ୍ୟ ଡଲାର ତୁଳନାରେ ୭୫.୬୨ ପଇସା ଥିଲା ।

LEAVE A REPLY

Please enter your comment!
Please enter your name here