Spread the love

ବେଙ୍ଗାଲୁରୁ: ମଇ ୩୧ରେ ଲକଡାଉନ ୪-୦ ଶେଷ ହେବା ପରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ । ଡିସେମ୍ବର ଶେଷ ସୁଦ୍ଧା ଅର୍ଦ୍ଧାଧିକ ଭାରତୀୟ କରୋନା ସଂକ୍ରମିତ ହୋଇସାରିଥିବେ ବୋଲି ନ୍ୟାସନାଲ ଇନିଷ୍ଟିଚୁ୍ୟଟ ଅଫ ମେଣ୍ଟାଲ ହେଲ୍ଥ ଆଣ୍ଡ ନ୍ୟୁରୋ ସାଇସେନ୍ସ (ନିମହାନ୍ସ)ର ନ୍ୟୁରୋଭାଇରୋଲୋଜି ବିଭାଗ ମୁଖ୍ୟ ତଥା କୋଭିଡ଼-୧୯ ପାଇଁ କର୍ଣ୍ଣାଟକ ଗଠନ କରିଥିବା ଟାସ୍କଫୋର୍ସର ନୋଡାଲ ଅଫିସର ଡଃ.ଭି. ରବି କହିଛନ୍ତି ।
ସେ କହିଛନ୍ତି ଯେ ଜୁନରୁ ଦେଶରେ ଗୋଷ୍ଠି ସଂକ୍ରମଣ ଆରମ୍ଭ ହେବ । ଡିସେମ୍ବର ଶେଷ ସୁଦ୍ଧା ଅଧାରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇସାରିଥିବେ । ତେବେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୯୦ ଭାଗ ଲୋକ ସଂକ୍ରମିତ ହୋଇଛନ୍ତି ବୋଲି ଜାଣିପାରିବେ ନାହିଁ । ମାତ୍ର ୫-୧୦ ପ୍ରତିଶତ ରୋଗୀ ହାଇ-ଫ୍ଲୋ ଅକ୍ସିଜେନ ଚିକିତ୍ସା ଓ ୫ ପ୍ରତିଶତ ଭେଣ୍ଟିଲେଟର ଆବଶ୍ୟକ କରିବେ । ସେଥିପାଇଁ ରାଜ୍ୟ ଗୁଡ଼ିକ ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀଙ୍କ ପାଇଁ ଆବଶ୍ୟକୀୟ ଚିକିତ୍ସା ଭିତ୍ତିଭୁମୀ ପ୍ରସ୍ତୁତ କରିବା ଆବଶ୍ୟକ । ଏଥିପାଇଁ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ ପ୍ରତି ଜିଲ୍ଲାରେ ଦୁଇଟି କୋଭିଡ଼ ପରୀକ୍ଷା କେନ୍ଦ୍ର ସ୍ଥାପନ କରିବାକୁ ନିଦେ୍ର୍ଦଶ ଦେଇଛି ଓ କର୍ଣ୍ଣାଟକ ଏହି ଲକ୍ଷ୍ୟ ହାସଲ କରିସାରିଛି ।

LEAVE A REPLY

Please enter your comment!
Please enter your name here