Spread the love

ଭୁବନେଶ୍ୱର: ଢେଙ୍କାନାଳ ଶକ୍ତି ସୁଗାର କାରଖାନା ପରିସରରେ ବିହହାର ଛାପ୍ରାର ୩ ଜଣ ଟ୍ରକ ଡ୍ରାଇଭର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁଯାୟୀ ଏ ପର୍ଯ୍ୟନ୍ତ ଜଣଙ୍କର ଶବ କାରଖାନା ପରିସରରେ ଥିବା ପାର୍କି ସ୍ଥଳରେ ପଡି ରହିଛି । ଅପରପକ୍ଷେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ଏବଂ କଟକ ବଡ ଡାକ୍ତରଖାନାରେ ଅନ୍ୟ ୨ ଜଣଙ୍କ ମୃତ୍ୟୁ ଘଟିଛି । ଏହି ୩ ଜଣ ଲକଡାଉନ ପୂର୍ୱରୁ ଏକ କମ୍ପାନୀ ପାଇଁ ସ୍ପିରିଟ ନେବାକୁ ଟ୍ୟାଙ୍କର ଧରି ଶକ୍ତି ସୁଗାର କରଖାନାକୁ ଆସିଥିଲେ । ଏମାନେ ସମସ୍ତେ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି । ସୂଚନା ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଥିବାବେଳେ ସେମାନଙ୍କ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହାିଁ

LEAVE A REPLY

Please enter your comment!
Please enter your name here