Spread the love

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି । ଶନିବାରରେ ଟିଟିଲାଗଡ଼ରେ ୪୫.୫ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ମୋଟ ୧୨ଟି ସହର ୪୧ ଡିଗ୍ରୀ ଉପରେ ରହିଛି । ସେହିଭଳି ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪ ଜିଲ୍ଲାରେ ଆଉ ୨ରୁ ୩ ଡିଗ୍ରୀ ସେଲସିୟସ ତାପମାତ୍ରା ବଢ଼ିବା ସହ ସେଠାରେ ଏଲୋ ୱାଣିଂ ଜାରି କରାଯାଇଛି ।ଶନିବାର ସମ୍ବଲପୁରରେ ୪୨.୬, ଭବାଣୀପାଟଣା ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଥିବା ବେଳେ ଫୁଲବାଣୀ , ହିରାକୁଦ, ମାଲାକାନାଗରି, ଝାରଶୁଗୁଡା, ତାଳଚେର, ବୌଦ୍ଧ, ପାରଳାଖେମୁଣ୍ଡି ଆଦି ସ୍ଥାନରେ ୪୧ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ଼ କରାଯାଇଛି । ତେବେ ଟିଟିଲାଗଡ଼ରେ ସର୍ବାଧିକ ୪୫.୫ ଡିଗ୍ରୀ ତାପମାତ୍ରା ରହିଛି ।

LEAVE A REPLY

Please enter your comment!
Please enter your name here