Spread the love

ଭୁବନେଶ୍ୱର
ଥାନାରେ ଥାର୍ଡି ଡିଗ୍ରୀ ଦେବାକୁ ନେଇ କେନ୍ଦୁଝର ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ନିଲମ୍ବନ କରଦେଇଛନ୍ତି ପୋଲିସ ଡିଜି ଅଭୟ । ଏନେଇ ଡିଜିପିଙ୍କ ପ କ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ କିଛିଦିନ ତଳେ ଜମିଜମା ମାମଲାକୁ ନେଇ ଜଣେ ଯୁବକଙ୍କୁ ଥାନାରେ ଡାକି ନିସ୍ତୁକ ମାଡ ସହ ଗୋଇଠା ମାରିଥିଲେ । ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ପରେ ଏସଡିପିଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଥିଲା । ଏହା ସହିତ ରାଜ୍ୟ ମାନବାଧିକାର କମିଶନ ଏସପିଙ୍କ ଠାରୁ ଜବାବ ମାଗିଥିଲେ ଏବଂ କ୍ଷତିପୂରଣ ଦେବାକୁ କହିଥିଲେ । ଏହା ସହିତ ତାଙ୍କ ଦରମାରୁ ୧୦ ହଜାର ଟଙ୍କା କ୍ଷତିପୂରଣ କାଟିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ମାଡ ଘଟଣାକୁ ନେଇ କୁଡୁମୀ ସେନା ପକ୍ଷରୁ ମଧ୍ୟ ଆନ୍ଦୋଳନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here