Spread the love

ନୂଆଦିଲ୍ଲୀ
ଦଶନ୍ଧିର ପ୍ରଥମ ନ୍ୟୁକ୍ଲିୟର ଟେଷ୍ଟ କରିବାକୁ ଯାଉଛି ଆମେରିକା । ଏନେଇ ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନରେ ଆଲୋଚନା ହୋଇଥିଲା । ଏ ସମ୍ପର୍କରେ ଶୁକ୍ରବାର ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଜଣେ ବରିଷ୍ଠ ଅଧିକାରୀ ଏବଂ ଦୁଇ ଜଣ ପୂର୍ବତନ ଅଧିକାରୀଙ୍କ ସୂଚନା ଆଧାରରେ ୱାଶିଂଟନ ପୋଷ୍ଟ ଏହା ପ୍ରକାଶ କରିଛିି । ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ୧୯୯୨ରେ ଆମେରିକା ନ୍ୟୁକ୍ଲିୟର ଟେଷ୍ଟ କରିଥିଲା । ରିପୋର୍ଟ ଅନୁଯାୟୀ ଆମେରିକାର ଶୀର୍ଷ ଜାତୀୟ ସୁରକ୍ଷା ଅଧିକାରୀ ଏବଂ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ଏଥିରେ ଚୀନ ଏବଂ ରୁଷିଆ ଭଲି ଆମେରିକା ମଧ୍ୟ ନ୍ୟୁକ୍ଲିୟର ଟେଷ୍ଟ କରୁ ବୋଲି ଆଲୋଚନା ହୋଇଥିଲା । କିନ୍ତୁ ଏହି ବୈଠକରେ ନ୍ୟୁକ୍ଲିୟର ଟେଷ୍ଟ ଲାଗି କୌଣସି ଚୁକ୍ତି ହୋଇପାରିନଥିଲା । ତେବେ ଆମେରିକା ଏବଂ ରୁଷିଆକୁ ଜବାବ ଦେବା ଲାଗି ଅନ୍ୟ ପଦକ୍ଷେପ ଗ୍ରହଣ କରିବା ଲାଗି ସହମତି ପ୍ରକାଶ ପାଇଥିଲା । ତେବେ ଏହି ରିପୋର୍ଟ ଉପରେ ଆମେରିକୀୟ ଅଧିକାରୀଙ୍କ ମନ୍ତବ୍ୟ ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here