Spread the love

ନୂଆଦିଲ୍ଲୀ
ଚୀନର ଉହାନରୁ ସାରା ବିଶ୍ୱକୁ ବ୍ୟାପିଥିବା ମହାମାରୀ କରୋନା ଭାଇରସ ଦେଶର ଦିନକୁ ଦିନ କରାଳ ରୂପ ଧାରଣ କରିବାରେ ଲାଗିଛି । କିନ୍ତୁ ସରକାର ମାମଲା ବୃଦ୍ଧି ସତ୍ତ୍ୱେ ଲକଡାଉନ କଟକଣା କୋହଳ କରିବାରେ ଲାଗିଛନ୍ତି । ଏହା ସହିତ ସରକାର ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ଦାବି କରୁଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି ସ୍ଥିତି କ’ଣ ତାହା ଅନୁମାନ କରାଯାଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟକ ୯୩୦୪ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୨୬୦ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଏହି ସମୟରେ ୩୮୦୪ ଲୋକ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦେଇଛନ୍ତି । ଏବେ ବିଶ୍ୱର କରୋନା ଆକ୍ରାନ୍ତ ତାଲିକାରେ ଆମେରିକା,ବ୍ରାଜିଲ, ରଷିଆ, ବ୍ରିଟେନ, ସ୍ପେନ ଏବଂ ଇଟାଲୀ ପରେ ଭାରତ ସପ୍ତମ ସ୍ଥାନରେ ରହିଛି । ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୧୬,୯୧୯ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୬୦୭୫ ପହଞ୍ଚିଛି । ସେହିପରି ୧୦୬୭୩୭ ମାମଲା ସକ୍ରୟ ଥିବାବେଳେ ୧୦୪୧୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଭାରତରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୪୭.୯୯ ପ୍ରତିଶତରେ ପହଞ୍ଚଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରର ୧୨୨, ଦିଲ୍ଲୀର ୫୦, ଗୁଜରାଟର ୩୦, ତାମିଲନାଡୁର ୧୧, ପଶ୍ଚିମବଙ୍ଗର ୧୦, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ତେଲେଙ୍ଗାନାର ୭ ଜଣ ଲେଖାଏଁ, ରାଜସ୍ଥାନର ୬, ଆନ୍ଧ୍ରପ୍ରଦେଶର ୪, ଜାମ୍ମୁକାଶ୍ମୀର,କର୍ଣାଟକ, ପଞ୍ଜାବ ଏବଂ ଉତ୍ତରାଖଣ୍ଡର ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଅପରପକ୍ଷେ ଏବେ ସୁଦ୍ଧା ବିଶ୍ୱର ୬୫ ଲକ୍ଷ ୭୪ ହଜାର୫୮୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୩,୮୮,୦୪୭ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ୩୧,୭୧,୧୭୭ ଜଣ ସୁସ୍ଥ ହୋଇଥିବାବେଳେ ୩୦,୧୫,୩୬୧ଟି ମାମଲା ସକ୍ରିୟ ରହିଛି । ଆମେରିକାରେ ୧୯,୦୧୭୮୩ ଆକ୍ରାନ୍ତ ଏବଂ ୧,୦୯,୧୪୨ ମୃତ୍ୟୁ, ବ୍ରାଜିଲରେ ୫,୮୪,୫୬୨ ଏବଂ ୩୨,୫୬୮, ରଷିଆରେ ୪,୩୨,୨୭୭ ଏବଂ ୫,୨୧୫, ସ୍ପେନ ୨,୮୭,୪୦୬ ଏବଂ ୨୭,୧୨, ବ୍ରିଟେନ ୨,୭୯,୮୫୬ ଏବଂ ୩୯,୭୨୮, ଇଟାଲୀରେ ୨,୩୩,୮୩୬ ଆକ୍ରାନ୍ତ ଏବଂ ୩୩,୬୦୧ ଜଣ ମୃତ୍ୟୁବରଣ କଲେଣି ।

LEAVE A REPLY

Please enter your comment!
Please enter your name here