Spread the love

ନୂଆଦିଲ୍ଲୀ
ମହାମାରୀ କରୋନା ଭାଇରସର ପ୍ରକୋପ ଦେଶରେ ଦିନକୁ ଦିନ ବଢିବାରେ ଲାଗିିଛି । କରୋନା ଆକ୍ରାନ୍ତ ଏବଂ ମୃତ୍ୟୁସଂଖ୍ୟା ପ୍ରତ୍ୟେକ ଦିନ ନୂଆରେକର୍ଡ କରିବାରେ ଚାଲିଛି । ଏବେ ସୁଦ୍ଧା ଦେଶରେ ୧,୯୦,୫୩୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୫୩୯୪ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ଗତ ୨୪ ଘଣ୍ଟା ସୋମବାର ସକାଳ ୮ଟା ସୁ୍‌ଦ୍ଧା ଦେଶରେ ସର୍ବାଧିକ ୮୩୯୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୩୦ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏବେ ବିଶ୍ୱର କରୋନା ଆକ୍ରାନ୍ତଙ୍କ ସୂଚୀରେ ଭାରତ ସପ୍ତମ ସ୍ଥାନରେ ପହଞ୍ଚି ଯାଇଛି । ଏବେ ଦେଶରେ ୯୩,୩୨୨ଟି ମାମଲା ସକ୍ରିୟ ଥିବାବେଳେ ୯୧,୮୧୮(ପ୍ରାୟ ୪୮.୧୯ ପ୍ରତିଶତ) ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ୨୩୦ ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରର ୮୯, ଦିଲ୍ଲୀର ୫୭, ଗୁଜରାଟର ୩୧, ତାମିଲନାଡୁର ୧୩, ଉତ୍ତରପ୍ରଦେଶର ୧୨, ପଶ୍ଚିମବଙ୍ଗର ୮, ମଧ୍ୟପ୍ରଦେଶର ୭, ତେଲେଙ୍ଗାନାର ୫, କର୍ଣାଟକର ୩, ଆନ୍ଧ୍ର ପ୍ରଦେଶର ୩,ବିହାର, ପଞ୍ଜାବ ଏବଂ ରାଜସ୍ଥାନର ଜଣେ ଲେଖାଏଁ ସାମିଲ ଅଛନ୍ତି ।

LEAVE A REPLY

Please enter your comment!
Please enter your name here