Spread the love

ଭୁବନେଶ୍ୱର
ରାଜ୍ୟରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ଧରୁନି । ଏହି କ୍ରମରେ ଆଜି ଆଉ ୧୦୧ କରୋନା ରୋଗୀଙ୍କ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୮୦ ଜଣଙ୍କୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ, ୩ ଜଣଙ୍କୁ କଣ୍ଟେନମେଣ୍ଟ ଜୋନରୁ ଏବଂ ଅନ୍ୟ ସ୍ଥାନରୁ ୩ ଜଣ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମର ୫୨(କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ),ବାଲେଶ୍ୱରର ୩୩, ଯାଜପୁର ଓ ସୁନ୍ଦରଗଡରୁ ୭ ଜଣ ଲେଖାଏଁ ଏବଂ କେନ୍ଦୁଝରର ୨ ଜଣ ସାମିଲ ଅଛନ୍ତି । ଏହା ସହିତ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଯାଇଛି । ସୂଚାନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here