Spread the love

ବିପଜ୍ଜନକ କରୋନା ଭାଇରସ ପ୍ରସାରକୁ ରୋକିବା ଲାଗି ମାର୍ଚ୍ଚ ୨୪ ତାରିଖରୁ ସାରା ଦେଶରେ ଲକଡାଉନ ଜାରି ରହିଛି । ଏଥିଯୋଗୁ ସମସ୍ତ ମଦ ଦୋକାନ ଗୁଡିକ ମଧ୍ୟ ବନ୍ଦ ଥିଲା । ତେବେ କେନ୍ଦ୍ରର ମାର୍ଗଦର୍ଶିକା ପରେ କିଛି ରାଜ୍ୟ ସୋମବାର ଠାରୁ ମଦ ଦୋକାନ ଖୋଲିବା ଲାଗି ଅନୁମତି ଦେଇଥିଲେ । ଏହି ସବୁ ରାଜ୍ୟ ମଧ୍ୟରେ କର୍ଣ୍ଣାଟକ ମଧ୍ୟ ସାମିଲ ରହିଛି । ସୋମବାର ଏଠାରେ ରେକର୍ଡ ୪୫ କୋଟି ଟଙ୍କାର ମଦ ବିକ୍ରି ହୋଇଛି ବୋଲି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ସୋମବାର ଏଠାରେ ୩.୯ ଲକ୍ଷ ଲିଟର ବିୟର ଏବଂ ୮.୫ ଲକ୍ଷ ଲିଟର ଭାରତରେ ପ୍ରସ୍ତୁତ ହୋଇଥିବା ବିଦେଶୀ ମଦ ବିକ୍ରି ହୋଇଥିଲା । ଏଠାରେ ସକାଳ ୯ରୁ ସନ୍ଧ୍ୟା ୭ଟା ଯାଏ ମଦ ବିକ୍ରିି କରିବାକୁ ଅନୁମତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here