Spread the love

ନୂଆଦିଲ୍ଲୀ: ଦକ୍ଷିଣ-ପୂର୍ବ ଦିଲ୍ଲୀରେ ତୁଘଲକବାଦ ସ୍ଥିତ ଏକ ବସ୍ତି ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ନିଆଁ ଲାଗିଯିବାରୁ ୧୫୦୦ରୁ ଅଧିକ କୁଡିଆ ଧ୍ୱଂସ ହୋଇଯାଇଛି । ସୂଚନା ଅନୁଯାୟୀ ସୋମବାର ରାତି ୧୨.୫୦ ସମୟରେ ନିଆଁ ଲାଗିଥିବାର ସୂଚନା ଅଗ୍ନିଶମ ବାହିନୀକୁ ମିଳିଥିଲା । ଏହାପରେ ଅଗ୍ନିଶମ ବାହିିନୀ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା ।ପେର ରାତି ପ୍ରାୟ ୩ଟା ୪୦ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ସେତେବେଳକୁ ନିଆଁ ଲାଗି୧୫୦୦ରୁ ଅଧିକ କୁଡିଆ ଧ୍ୱଂସ ହୋଇଯାଇଥିଲା । ଏଥିଯୋଗୁ ଶହ ଶହ ଲୋକ ବାସହରା ହୋଇଯାଇଛନ୍ତି । ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here