Spread the love

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ୧୧.୨୮ ମିନିଟରେ ୨.୨ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି । ଉତ୍ତର ଦିଲ୍ଲୀର ପ୍ରୀତମପୁରା ଅଞ୍ଚଳ ଏହାର କେନ୍ଦ୍ର ଥିଲା ଓ ଏହା ୮କିଲୋମିଟର ଗଭୀରରେ ଅନୁଭୂତ ହୋଇଥିଲା । ଗତ ଏକ ମାସ ମଧ୍ୟରେ ଦିଲ୍ଲୀରେ ଏହା ଚତୁର୍ଥ ଭୂମିକମ୍ପ ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ କୁହାଯାଇଛି । ମଇ ୧୦ରେ ଦିଲ୍ଲୀରେ ୩.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ଓ ଉତ୍ତର-ପୂର୍ବ ଦିଲ୍ଲୀର ୱାଜିରପୁରରେ ଏହାର କେନ୍ଦ୍ର ଥିଲା । ସେହିପରି ଏପ୍ରିଲ ୧୨, ୧୩ ତାରିଖରେ ମଧ୍ୟ ଦିଲ୍ଲୀରେ ୩.୫ ଓ ୨.୭ ତୀବ୍ରତା ଭୁକମ୍ପ ଅନୁଭୂତ ହୋଇଥିଲା ।
ଦେଶର ପାଞ୍ଚଟି ଭୂକମ୍ପ ଅଞ୍ଚଳ ମଧ୍ୟରୁ ଦିଲ୍ଲୀ ଚତୁର୍ଥ ଜୋନ୍ ଅଧୀନରେ ରହିଛି। ଦିଲ୍ଲୀ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ, ଦିଲ୍ଲୀ-ହରଦ୍ୱାର୍ ରିଜ୍ ନାମକ ଏକ ପ୍ରମୁଖ ଭୌଗୋଳିକ ସଂରଚନା ସହିତ ଦିଲ୍ଲୀର ଭୂକମ୍ପ ଗୁଡ଼ିକ ଜଡ଼ିତ ।

LEAVE A REPLY

Please enter your comment!
Please enter your name here